Odia News Portal

କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର() ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଞ୍ଜୁରୀ ମିଳିଛି। କୋଭିଡ ମହାମାରୀରେ କୃଷକଙ୍କୁ ତୁରନ୍ତ ଲାଭ ଦେବା ପାଇଁ ଏହି ଅଧିନିୟମ ।ଗ୍ରୀଡ଼କୋ ଋଣ କରିବାକୁ ୨୬ ଶହ କୋଟିର ଗ୍ୟାରେଣ୍ଟିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ରାଜସ୍ବ ନିଅଣ୍ଟ ଭରଣା ପାଇଁ ଗ୍ରୀଡ୍‌କୋକୁ ମିଳିବ ୨% ସୁଧ ରିହାତି, ବଜାର କମିଟିର ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନକୁ ମଞ୍ଜୁରି ।

କୃଷିଜାତ ଦ୍ରବ୍ୟ ବିକ୍ରି ଉପରେ ହଟିବ ଭୌଗୋଳିକ ପ୍ରତିବନ୍ଧକ । ଲୋକସେବା ଆୟୋଗରେ ୨ ସଦସ୍ୟଙ୍କ ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ । ବିଭୂତି ଭୂଷଣ ପଟ୍ଟନାୟକ ଓ ସୁଧାଂଶୁ ଶେଖର ରଥଙ୍କ ନିଯୁକ୍ତିକୁ ମଞ୍ଜୁରି ।

ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୦-୨୧କୁ କ୍ୟାବିନେଟ ମଞ୍ଜୁରି । ୭୧ ଲକ୍ଷ ଟନ୍‌ ଧାନ ଓ ୪୮ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ପଞ୍ଜୀକୃତ ଚାଷୀଙ୍କଠୁ ମଣ୍ଡିକୁ ଅଧିକ ଧାନ ଆସିଲେ ବି କିଣିବେ ସରକାର ।

ବେସାମରିକ ସେବା ନିୟମାବଳୀ-୧୯୯୨ରେ ସଂଶୋଧନକୁ ମଞ୍ଜୁରି । ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀରେ ସଂଶୋଧନକୁ ଅନୁମୋଦନ ।

ଓଡ଼ିଶା ଯୋଜନା ସେବା ନିୟମ-୧୯୯୬ରେ ସଂଶୋଧନକୁ ମଞ୍ଜୁରି । ପୁରୀରେ ଅବଢ଼ା ଯୋଜନା ପାଇଁ ୪୬୧ କୋଟି ଟଙ୍କା ଅନୁମୋଦିତ । ଅଢ଼େଇ ବର୍ଷରେ NCC ଲିମିଟେଡ କମ୍ପାନି ସାରିବ ଅବଢ଼ା ଯୋଜନା କାମ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଓ ମାର୍କେଟ କଂପ୍ଲେକ୍ସ ହେବ । ଶ୍ରୀ ସେତୁ ସହ ମୂଷା ନଦୀର ସଂପ୍ରସାରଣ ପାଇଁ ମଧ୍ୟ ଅର୍ଥ ମଞ୍ଜୁର।

କୋଭିଡ ନିୟନ୍ତ୍ରଣ ପାଇଁ ମନ୍ତ୍ରୀସ୍ତରୀୟ କମିଟି ନିଷ୍ପତ୍ତିକୁ ମଂଜୁରି ମିଳିଛି । ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍ସ ପ୍ରଦାନ ପ୍ରସ୍ତାବ ଅନୁମୋଦିତ । ଏଣିକି ଷ୍ଟାଫ ନର୍ସ ହେବେ ନର୍ସିଂ ଅଫିସର, ସହକାରୀ ମାଟ୍ରନ ହେବେ ସହକାରୀ ନର୍ସିଂ ଅଧୀକ୍ଷକ । ମାଟ୍ରନ ହେବେ ଉପନର୍ସିଂ ଅଧୀକ୍ଷକ, ମୁଖ୍ୟ ମାଟ୍ରନ ହେବେ ନର୍ସିଂ ଅଧୀକ୍ଷକ ।