Odia News Portal

ଦୈନିକ ୧୫ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର() କୋଭିଡ଼ ମୁକାବିଲା କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀଙ୍କ ମାନଙ୍କ ସହ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦୈନିକ ୧୫ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗ୍ରୀନ ଜୋନରେ ସ୍ୱାଭାବିକ ଅବସ୍ଥା ଫେରିବ । ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ଓ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ସୁରତରୁ ଟ୍ରେନରେ ଶ୍ରମିକ ଫେରିବାକୁ ସରକାର ଅନୁମତି ଦେଇଛନ୍ତି । ଗ୍ରୀନ ଜୋନରେ କୃଷି, ଶିଳ୍ପ, ଜୀବିକା ଓ ପରିବହନ ସ୍ୱାଭାବିକ ହେବ । ଶିଳ୍ପସଂସ୍ଥାର ସମସ୍ୟା ସମଧାନ ପାଇଁ ଆଦର୍ଶ ନୀତି ପ୍ରଣୟନ କରାଯିବ । ଚାଷୀ, ଏସଏଚଜିମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ । ମିଶନ ଶକ୍ତି ମାଙ୍କୁ ପ୍ରତି ମିଲ୍ ପିଛା ୨ଟଙ୍କା ପ୍ରୋତ୍ସାହନ ଯୋଗାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଖରିଫ ଋତୁ ପାଇଁ ବିହନ ଓ କୃଷି ଉପକରଣ ପାଇଁ ସୁବିଧା କରାଯିବ ।