Odia News Portal

ଯୁବକଙ୍କୁ ହତ୍ୟା ଅଭିଯୋଗରେ ରାସ୍ତାରୋକ

ନୟାଗଡ଼: ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରୋକ କଲେ ଲୋକେ । ନୟାଗଡ଼ ଥାଉନ ଥାନା ଘଡ଼ୁଆଳର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ କଇଥଗାଡିଆର ବିଜୟ ନାୟକ ଔରଫ ଆଲେଖ । ସେ ତାଙ୍କ ଗ୍ରାମର ସଭାପତି । ତେବେ କେହି ପୂର୍ବ ଶତ୍ରୃତାରୁ ତାଙ୍କ ହତ୍ୟା କରି ଟଙ୍କାଇ ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।