Odia News Portal

ଗୁହାଳରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ନବବଧୂ

ଗଞ୍ଜାମ: ଯୌତୁକ ନିର୍ଯାତନାର ଶିକାର ହେଲେ ନବ ଵିବାହିତା | ଗୁହାଳରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ନବବଧୂ । ଏଭଳି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଗଞ୍ଜାମ ବୁଗୁଡ଼ା ଥାନା ମକରାପଲ୍ଲୀ ଅଞ୍ଚଳରେ ଘଟିଛି। ଶାଶୁ ଘର ଲୋକେ ବୋହୂକୁ ମାଡ଼ ମାରିବା ସହ ହାତଗୋଡ ବାନ୍ଧି ଦେଇ ଗୁହାଳରେ ପକାଇ ଦେଇଥିବା ଅଭିଯୋଗ ଆସିଛି । ତେବେ ଗୁରୁତର ଅବସ୍ଥାରେ ମହିଳାକୁ ଉଦ୍ଧାର କରିଛନ୍ତି ଗାଁଲୋକ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚାନାନୁସାରେ, ନିର୍ଯାତିତା ମହିଳା ଜଣକ ଗତ ଆଠ ମାସ ତଳେ ବିବାହ କରିଥିବା ସମୟରେ ଶାଶୁ ଘର ଲୋକେ ଯୌତୁକ ପାଇଁ ଦେଇ ଚାଲିଥିଲେ ନିର୍ଯ୍ୟାତନା । ଏପରିକି ଶାଶୁ ଘର ଲୋକେ ଶେଷରେ ଏତେ ନିଷ୍ଠୁର ହୋଇ ଯାଇଥିଲେ କି ନବବଧୂକୁ ମାଡ଼ ମାରିବା ସହ ବାନ୍ଧି ଗୁହାଳରେ ପକାଇ ଦେଇଛନ୍ତି । ରାତିତମାମ ନବବଧୂକୁ ବାନ୍ଧି ଗୁହାଳରେ ପକାଇଦେଇଥିବାର ଅଭିଯୋଗ ଆସିଥିଲା । ଘଟଣା ସଂପର୍କରେ ମହିଳାଙ୍କ ପରିବାର ଲୋକ ଜାଣିବା ପରେ ତାଙ୍କୁ ଗାଁ ଲୋକଙ୍କ ସହ ମିଶି ଉଦ୍ଧାର କରିଥିଲେ । ତେବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ୨ଜଣଙ୍କ ଅଟକ ରଖିଛି ।