Odia News Portal

ଶିଶୁ ସୁରକ୍ଷା କମିଶନଙ୍କୁ ମୋହରା କରୁଛନ୍ତି ବିଦେଶୀ ସଂସ୍ଥା

ଭୁବନେଶ୍ୱର() ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ଓଡିଶାରେ କାର୍ଯ୍ୟରତ କିଛି ବିଦେଶୀ ସଂସ୍ଥା ଏବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନଙ୍କୁ ମୋହରା କରିଛନ୍ତି । ରାଜ୍ୟରେ ଶିଶୁଙ୍କ ସୁରକ୍ଷା ପାଇଁ ଏମାନେ ଯେତେ ବ୍ୟସ୍ତ ନୁହନ୍ତି କମିଶନଙ୍କ ସହାୟତାରେ କେତେ କାର୍ଯ୍ୟକ୍ରମ କରି ତାହାର ଫଟୋ ନିଜ ହେଡକ୍ୱାର୍ଟରକୁ ପଠାଇବେ ସେଥିପାଇଁ ତପôର ।

ରାଜ୍ୟରେ ଲଗାତାର ଭାବେ ବାତ୍ୟା ସହିତ ଏବେ କରୋନା ସଂକ୍ରମଣ ଲାଗି ରହିଛି । ଏହି ସମୟରେ ରାଜ୍ୟର ଶିଶୁମାନେ ସବୁଠାରୁ ଅଧିକ ସମସ୍ୟାରେ ପଡୁଛନ୍ତି । କେବଳ ପୁଷ୍ଟିହୀନତାର ଶିକାର ହେଉନାହାନ୍ତି, ସେମାନଙ୍କ ପାଠପଢା କ୍ଷତିଗ୍ରସ୍ତ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ନିର୍ଯ୍ୟାତନାର ବି ଶିକାର ହେଉଛନ୍ତି । କରୋନା କାଳରେ ତ ରାଜ୍ୟର ଶିଶୁମାନଙ୍କ ସମସ୍ୟା ବହୁଗୁଣିତ ହୋଇଯାଇଛି । କିଏ ବାପ ଛେଉଣ୍ଡ ହୋଇଛି ତ ଆଉ କିଏ ମା’ ଛେଉଣ୍ଡ । ଆର୍ଥିକ ସଙ୍କଟ ଯୋଗୁଁ ଅନେକ ଶିଶୁ ଏବେ ପୁଷ୍ଟିହୀନତା ଓ ରକ୍ତହୀନତାରଶିକାର । ରାଜ୍ୟ ସରକାର ଯଥାସାଧ୍ୟ ସହାୟତା କରୁଥିଲେ ମଧ୍ୟ ଅନେକ ଏଥିରୁବାଦ୍‍ପଡି ଯାଉଛନ୍ତି ।

ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟରେ ଶିଶୁ ସୁରକ୍ଷା କମିଶନ ଭଳି ଗୋଟିଏ ସାମ୍ବିଧାନିକ ସଂସ୍ଥା ଥିବାବେଳେ ଏହି ସଂସ୍ଥାରେ ଏବେ ବିଦେଶୀ ସଂଗଠନର କର୍ମକର୍ତ୍ତାଙ୍କ ଆତଯାତ ଅଧିକ ଦେଖିବାକୁ ମିଳୁଛି । ନିକଟରେ ଦୀପାବଳୀ ଅବସରରେ କମିଶନର ଅଧ୍ୟକ୍ଷା ଜାରି କରିଥିବା ଶୁଭେଚ୍ଛା ଫଟୋରେ କିଛି ବିଦେଶୀ ଅନୁଷ୍ଠାନର ଲୋଗୋ ଓ ନାମକୁ ନେଇ ଏବେ ଚର୍ଚ୍ଚାର ଜୋର ଧରିଛି ।  କମିଶନ ଗୋଟିଏ ସାମ୍ବିଧାନିକ ପଦବୀ ହୋଇଥିବେଳେ ନିଜର ଶୁଭେଚ୍ଛା
ବାର୍ତ୍ତା ପୋଷ୍ଟରରେ ସେ ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରୁଛନ୍ତି । ଏଥି ସହିତ କିଭଳି ବିଦେଶୀ ଏନ୍‍ଜିଓମାନଙ୍କ ଲୋଗୋ ରହିଲା ତାହା ଆନେକଙ୍କୁ। ଆଶ୍ଚର୍ଯ୍ୟ କରିଛି । ଏହା ଫଳରେ ଏହି କମିଶନରେ ବିଦେଶୀ ସଂସ୍ଥାମାନେ କିଭଳି ପ୍ରଭାବ ବିସ୍ତାର କରିଛନ୍ତି ତାହା ଦୃଶ୍ୟମାନ ହେଉଛି ।

ଶିଶୁ ସୁରକ୍ଷା କମିଶନରେ ଏବେ ୪ଟି ସଦସ୍ୟ ପଦବୀ ଖାଲି ପଡିଥିବାବେଳେ ତାହା ପୂରଣ କରାଯାଉ ନାହିଁ । ସଦସ୍ୟ ସଂଖ୍ୟା କମ୍‍ ଯୋଗୁଁ ପୂର୍ବରୁ କମିଶନ ଓ ସଦସ୍ୟମାନେ ନିଜ ଆଡୁ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତକରି ପଦକ୍ଷେପ ଗ୍ରହଣ କରୁଥିଲେ ତାହା ପ୍ରାୟତଃ ନାହିଁ । ଯେତିକି ଅଭିଯୋଗ କମିଶନ ନିକଟକୁ ଆସୁଛି ତାହା ଉପରେ ଯାହା ପଦକ୍ଷେପ ନିଆଯାଉଛି । ହେଲେ ନିର୍ଯ୍ୟାତନାର ଶିକାର ଅନେକ ଶିଶୁ ଓ ସେମାନଙ୍କ ଅଭିଭାବକ କମିଶନକୁ ଆସିବା ବଦଳରେ ନିକଟସ୍ଥ ଥାନା କିମ୍ବା ଅନ୍ୟ ଅନୁÂାନର ଶରଣ ପଶୁଥିବା ଲକ୍ଷ୍ୟ କରାଯାଉଛି । ବିଦେଶୀ ସଂସ୍ଥାଙ୍କ କାରବାର ସଂକ୍ରାନ୍ତରେ ନାମ ଗୋପନ ସର୍ତ୍ତରେ ଜଣେ ସମାଜସେବୀ କହିଛନ୍ତି ଯେ କିଛିଦିନ ହେଲା ବିଦେଶୀ ସଂସ୍ଥାର କର୍ମକର୍ତ୍ତାମାନେ ଶିଶୁ ସୁରକ୍ଷା କମିଶନଙ୍କ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।

ଏଥିରେ ରାଜ୍ୟର ସ୍ୱାର୍ଥ ବଦଳରେ ବିଦେଶୀ ସଂସ୍ଥାଙ୍କ ସ୍ୱାର୍ଥ ଅଧିକ ସାଧନ ହେଉଛି । କାରଣ ରାଜ୍ୟ ସରକାରଙ୍କ ଗୋଟିଏ ସଂସ୍ଥା ସେମାନଙ୍କ ସହିତ ରହିଛି ବୋଲି ବିଦେଶକୁ ବାର୍ତ୍ତା ପଠାଇ ନିଜ ନିଜର ଚାକିରି ମଝବୁତ କରୁଛନ୍ତି । ହେଲେ ଓଡିଶାରେ ଶିଶୁଙ୍କ ସୁରକ୍ଷା ପାଇଁ ସେଭଳି କିଛି କାର୍ଯ୍ୟ କରୁନାହାନ୍ତି । ନିଜ
ମନ ପସନ୍ଦର ସଂସ୍ଥା ମିଳିଲେ ତାହା ଜରିଆରେ କାମ କରୁଛନ୍ତି ନହେଲେ ନାହିଁ । ଫଳରେ ରାଜ୍ୟରେ ଏବେ ଶିଶୁମାନଙ୍କ ସମସ୍ୟା ବଢି ବଢି ଚାଲିଛି । ବିଶେଷକରି କରୋନା ସମୟରେ ଓଡିଶାରେ ଶିଶୁଙ୍କ ସହାୟତା ପାଇଁ କୌଣସି ଆର୍ନ୍ତଜାତିକ ସଂସ୍ଥା ସେଭଳି ପଦକ୍ଷେପ ନେଉଥିବା ଲକ୍ଷ୍ୟ କରାଯାଉ ନାହିଁ । ତେଣୁ ରାଜ୍ୟ ଶିଶୁ ସୁରକ୍ଷା କମିଶନ ଏଭଳି ବିଦେଶୀ ସଂସ୍ଥାମାନଙ୍କ ଠାରୁ ଯେତେଦୂର ଦୂରେଇ ରହିବେ ତାହା ଉଭୟ କମିଶନ ଓ ରାଜ୍ୟ ସରକାରଙ୍କ ପାଇଁ ଭଲ ବୋଲି ମତପ୍ରକାଶ ପାଉଛି ।