Odia News Portal

ରାତ୍ରୀକାଳୀନ କର୍ଫ୍ୟୁ ଜାରି, ଫେରିବ ଲକଡାଉନ

କରୋନା ସଂକ୍ରମଣକୁ ରୋକିବା ପାଇଁ ୮ ଟି ଜିଲ୍ଲାରେ ରାତି୍ରକାଳୀନ କର୍ଫୁ୍ୟ ଜାରି କରିଛନ୍ତି ରାଜସ୍ଥାନ ରାଜ୍ୟ ସରକାର । ରାତିଠାରୁ ଏହାକୁ ଲାଗୁ କରାଯାଇଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର ସହରାଞ୍ଚଳରେ ବଜାର, ରେସ୍ତୋଁରା, ସପିଂ ମଲ ଏବଂ ଅନ୍ୟ ବାଣିଜି୍ୟକ ପ୍ରତିଷ୍ଠାନ ଗୁଡ଼ିକ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ପରେ ରାତି ୮ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କର୍ଫୁ୍ୟ ଜାରି ରହିବ । ତେବେ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବ୍ୟକ୍ତି, ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତି ଏବଂ ବସ, ଟ୍ରେନ ଓ ବିମାନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ଏଥିରୁ ବାଦ ଦିଆଯିବ । ତେବେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିମାନଙ୍କ ଠାରୁ ଜରିମାନା ବାବଦ ରାଶିକୁ ୨୦୦ ରୁ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହା ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ଉପରେ ମଧ୍ୟ କଟକଣା ଲଗାଯାଇଛି । ଅନ୍ୟ ପକ୍ଷରେ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଥିବାରୁ ଆଗକୁ ପୁଣି ଲକଡାଉନ ଲାଗୁ ହେବା ସମ୍ଭାବନା ରହିଛି । ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ।