Odia News Portal

ଓଡ଼ିଶାକୁ ବାତ୍ୟା ଖବର ଗୁଜବ

ଭୁବନେଶ୍ୱର() ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଫଳରେ ବର୍ଷା ଧୀରେ ଧୀରେ କମିବ । ଆସନ୍ତାକାଲି ଠାରୁ ପାଗରେ ଆସିଯିବ ସୁଧାର । ତେବେ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନଥିବା ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟର ଉତର ଓ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ଲାଗି ରହିବ । ଦୀପାବଳି ବେଳକୁ ପାଗ ଶୁଖିଲା ରହିବ ।

ରାଜ୍ୟରେ ବର୍ଷା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଏଥିସହ ବାତ୍ୟାର କୌଣସି ସୂଚନା ନାହିଁ । ବାତ୍ୟା ନେଇ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ଦୁଇ ବର୍ଷ ତଳର ବୋଲି ଏସଆରସି କହିଛନ୍ତି । ସେହିପରି ଆଜି ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଆସନ୍ତାକାଲିଠୁ ସ୍କୁଲ ମଧ୍ୟ ଖୋଲା ରହିବ ଏସଆରସି କହିଛନ୍ତି ।