Odia News Portal

ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ

ରାଉରକେଲା()  ଭୁବନେଶ୍ୱର ପରେ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ସେଣ୍ଟର ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

ତେବେ ଆଇଜିଏଚରେ ଉଦଘାଟନୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସୁନ୍ଦରଗଡ ଜିଲ୍ଲାପାଳ, ରାଉରକେଲା କମିସନର, ଏଡିଏମ ଉପସ୍ଥିତ ରହିଥିଲେ । ପ୍ଳାଜମା ଥେରାପି ଚିକିତ୍ସାରେ ଆକ୍ରାନ୍ତ ରୋଗୀମାନେ ଉପକୃତ ହେବେ ବୋଲି ଆଶା ରହିଛି ।