Odia News Portal

ବିପ୍ଲବୀ କବି ରବି ସିଂହଙ୍କ ପରଲୋକ

କଟକ ()ବିପ୍ଲବୀ କବି ରବି ସିଂହଙ୍କ ପରଲୋକ । କଟକ ସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ କବି ଓ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । ସୋଆ ଲିଟେରାରୀ ଫେଷ୍ଟିଭାଲରେ ଶୋକ ପ୍ରକାଶ କରିଛନ୍ତି କବି ଓ ସାହିତ୍ୟିକ ।

କବି ରବି ସିଂହ ‘ପଥପ୍ରାନ୍ତର କବିତା’, ‘ଅପ୍ରୀତିକର କବିତା’, ‘ପଦାତିକ’, ‘ବିଷବାଣୀ’, ‘କ୍ଷତ’, ‘ଲାଲ୍ ପାଗୋଡ଼ାର ପ୍ରେତ’, ‘ଭଙ୍ଗା ହାତର କବିତା’ ଓ ‘ସର୍ବହରା’ ଭଳି ଏକାଧିକ ପୁସ୍ତକର ପ୍ରଣେତା। ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାରେ ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ୧୯୬୧ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।