Odia News Portal

ନଭେମ୍ବର ମାସରେ ଖୋଲିବନି ସ୍କୁଲ

ଭୁବନେଶ୍ୱର() ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ମାସରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନିଆଇଥିଲା । କିନ୍ତୁ ଏହାକୁ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖାଯାଇଛି । ଡିସେମ୍ବରରେ ଦ୍ୱିତୀୟ ପର୍ୟ୍ୟାୟ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ତେବେ ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍‌ଲାଇନ୍‌ ଅନୁସାରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବା ପରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକମାନେ କରୋନାରେ ସଂକ୍ରମିତ ହେବା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟାକୁ ସାମୟିକ ସ୍ଥଗିତ ରଖାଯାଇଛି ।