Odia News Portal

ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଘୁଞ୍ଚିବ

ଭୁବନେଶ୍ୱର()  କରୋନା କାରଣରୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପାଠପଢା । ଏହି କ୍ରମରେ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷାରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା । ତେବେ ମାଟ୍ରିକ୍‌ ଓ ଯୁକ୍ତି ଦୁଇପରୀକ୍ଷା ବିଳମ୍ବିତ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସର୍ବନିମ୍ନ ତିନି ମାସ ପାଠ ପଢାଯିବା ପରେ ପରୀକ୍ଷା ହେବ ବୋଲି କହିଛନ୍ତି ସମୀର ଦାଶ । ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ନିଷ୍ପତ୍ତି ନ ହେଲେ ପରୀକ୍ଷା ହେବ । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ନିଷ୍ପତ୍ତି ହୁଏ, ତାହେଲେ ପରୀକ୍ଷା ବନ୍ଦ ହୋଇପାରେ ।
ଡିସେମ୍ବର ୩୧ ତାରିଖ ପରେ ଦଶମ ଓ ଦ୍ବାଦଶ ପିଲା ସ୍କୁଲ ଯିବା ନେଇ ନିଷ୍ପତ୍ତି ନିଆଯିବ । କରୋନା ଯୋଗୁ ରାଜ୍ୟରେ ମାର୍ଚ୍ଚ ମାସରୁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଏବେ ଛାତ୍ରଛାତ୍ରୀ ଅନଲାଇରେ ପାଠ ପଢୁଛନ୍ତି । ସଂକ୍ରମଣ ବଢୁଥିବାରୁ ସରକାର ଡିସେମ୍ବର ୩୧ ଯାଏ ସ୍କୁଲ କଲେଜକୁ ବନ୍ଦ ରଖିଛନ୍ତି ।