Odia News Portal

କରୋନା ପାଇଁ ୩ବର୍ଷର ଅର୍ଥରାଶି ଦାନ କଲେ ଡେରାବିଶ ପଞ୍ଚାୟତ ସମିତିର ଚେୟାରମ୍ୟାନ

କେନ୍ଦ୍ରାପଡା()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଡେରାବିଶ ପଞ୍ଚାୟତ ସମିତି, କେନ୍ଦ୍ରାପଡା ଚେୟାରମ୍ୟାନ ସରୋଜକାନ୍ତ ସାହୁ । ସେ ତାଙ୍କର ୩ବର୍ଷର ସମ୍ମାନୀତ ଅର୍ଥରାଶି ୧.୦୧.୫୨୦ ଟଙ୍କା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ପୂର୍ବରୁ କରୋନା ମୁକାବିଲା ପାଇଁ ଦରମା ଦେବାକୁ ଆହ୍ୱାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ ପାଣ୍ଠିକୁ ନିଜର ୩ମାସର ଦରମା ପ୍ରଦାନ କରିଥିଲେ ।