Odia News Portal

ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର() ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଏବଂ ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ ଓଡ଼ିଶା ଉପକୂଳରେ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ସିଇସି ପ୍ରକାଶ କରିଛି । ଏଥିସହିତ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟର ପ୍ରଭାବ ଯୋଗୁଁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳ, ମଧ୍ୟ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅକ୍ଟୋବର ୪ ରୁ ୬ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ଏବଂ ଉପକୂଳବର୍ତି ଅଂଚଳଗୁଡ଼ିକରେ ଅକ୍ଟୋବର ୧ ରୁ ୪ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଅକ୍ଟୋବର ୬ ତାରିଖ ପରେ ମହାରାଷ୍ଟ୍ର ଓ ଗୁଜରାଟ ମୁହାଁ ହେବା ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ପଶ୍ଚିମ ମୋ÷ସୁମୀ ଅକ୍ଟୋବର ୧୫ ତାରିଖରେ ଓଡ଼ିଶାରୁ ଫେରିଯିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।