Odia News Portal

ସୋଆ ପକ୍ଷରୁ ଜିଆଇଏସ୍‌, ରିମୋଟ ସେନ୍‌ସିଂ ଓ ଆପ୍ଲିକେସନ୍‌ସ ସମ୍ବନ୍ଧରେ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ

ଭୁବନେଶ୍ୱର ()କୋଭିଡ-୧୯ ମହାମାରୀ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି)ରେ ୫ ଦିନିଆ ଏଆଇସିଟିଇ ଟ୍ରେନିଂ ଓ ଲର୍ନିଂ (ଅଟଳ) ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ଥିଲା “ଜିଓଗ୍ରାଫିକାଲ୍ ଇନ୍‌ଫର୍ମେସନ୍ ସିଷ୍ଟମ୍‌, ରିମୋଟ୍ ସେନ୍‌ସିଂ ଆଣ୍ଡ ଆପ୍ଲିକେସନ୍‌ସ” । ସୋଆର ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପକ୍ଷରୁ ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ଦେଇଛନ୍ତି ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପ୍ର୍ରଫେସର ମାନସ ରଞ୍ଜନ ଦାସ ।

ଦେଶରେ ଗୁଣାତ୍ମକ ବୈଷୟିକ ଶିକ୍ଷାର ମାନ ବୃଦ୍ଧି କରିବା ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗବେଷଣା, ନବୀକରଣ ଓ ଉଦ୍ୟୋଗୀକରଣକୁ ଟ୍ରେନିଂ ମାଧ୍ୟମରେ ସାହାଯ୍ୟ ଓ ସହଯୋଗ କରିବା ନିମନ୍ତେ ଏଆଇସିଟିଇ ଟ୍ରେନିଂ ଓ ଲର୍ନିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଜିଆଇଏସ୍ ଓ ରିମୋଟ ସେନ୍ସିଂ ଟେକ୍ନୋଲଜି ବର୍ତମାନ ସବୁ କ୍ଷେତ୍ରରେ ଯୋଜନା ଏବଂ ପରିଚାଳନା ନିମନ୍ତେ ଉପଯୋଗ କରାଯାଉଛି । ତେଣୁ ଏ ଦିଗରେ ଅଧିକ ଜ୍ଞାନ ଆହରଣ କରିବା ସହ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ୟାକଲ୍ଟି ମାନଙ୍କ ନିମନ୍ତେ ୯ଟି ଲେକ୍‌ଚର ସେସନ୍ ଓ ୫ଟି ହ୍ୟାଣ୍ଡସ ଅନ୍ ସେସନ୍‌ର ଆୟୋଜନ କରାଯାଇଥିଲା ବୋଲି ପ୍ରଫେସର ଦାସ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ଆଇଆଇଟି ଭୁବନେଶରର ପ୍ରଫେସର ୟୁ.ସି ମହାନ୍ତି, ପ୍ରତିଷ୍ଠିତ ରିମୋଟ ସେନ୍ସିଂ ବିଶେଷଜ୍ଞ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଜି.କେ ପଣ୍ଡା, ଏନ୍‌ଏଚ୍‌ଏମ୍‌, ଓଡ଼ିଶା ପକ୍ଷରୁ ଜିଆଇଏସ୍ ଓ ସ୍ୱାସ୍ଥ୍ୟ ସେବା ଯୋଜନା ବିଶେଷଜ୍ଞ ଡଃ ମିଥୁନ୍ କର୍ମକାର, ବିଶ୍ୱ ବ୍ୟାଙ୍କର ଉପଦେଷ୍ଟା ଡଃ ନିହାର ଦାସ, ଆଇଆଇଟି ଭୁବନେଶ୍ୱରରୁ ଡଃ ଦେବଦତ ସ୍ୱାଇଁ, ଜିଆଇଏସ୍ ବିଶେଷଜ୍ଞ ଡଃ ଆର୍‌.କେ ବାରିକ ଏବଂ ଫାଉଣ୍ଡେସନ୍ ଫର୍ ଏନ୍‌ଭାଇରୋନ୍‌ମେଂଟାଲ୍ ଆଣ୍ଡ ସୋସିଆଲ୍ ରିସର୍ଚ୍ଚର ଜିଆଇଏସ୍ ଏଗ୍‌ଜିକ୍ୟୁଟିଭ୍ ଶ୍ରୀମତି ଲୁସି ନାୟକ ଏବଂ ଶ୍ରୀମତି ସୁବାସିନୀ ପ୍ରଧାନ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରାୟ ୧୫୦ ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ଭର୍ଚୁଆଲି ଏହାର ଉଦ୍‌ଘାଟନ କରିଥିଲେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ । ସୋଆର ରେଜିଷ୍ଟ୍ରାର୍ ପ୍ରଫେସର ବି.ବି ପ୍ରଧାନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ ।