Odia News Portal

ଅପରାଜିତାଙ୍କୁ ଅଣ୍ଡାମାଡ ଘଟଣା : ନିନ୍ଦା କଲା ରାଜ୍ୟ ବିଜେପି

ସ୍ୱାଧିକାର ନ୍ୟୁଜ : ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି । ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ ଡାକି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ମହିଳା କେତେ ଅସୁରକ୍ଷିତ ତାହା ଏହି ଘଟଣା ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି ।

ଏଭଳି କରି ନାଗରିକଙ୍କ ମୌଳିକ ଅଧିକାରକୁ ହଡପ କରାଯାଉଛି ବୋଲି କହିଛନ୍ତି ସମୀର । ଗଣତନ୍ତ୍‌ରେ ପ୍ରତିବାଦ କରାଯାଏ । ଯାହାଦ୍ୱାରା ସରକାର ସଚେତନ ହୁଏ । କିନ୍ତୁ ମମିତା ମାମଲାରେ ସାରା ରାଜ୍ୟରେ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଓଡିଶା ସରକାର ଏହାକୁ ଭ୍ରୁକ୍ଷେପ କରୁନାହାଁନ୍ତି । ଅହଙ୍କାରର ବସ ହୋଇ ସରକାରୀ ଦଳ ଅସହିଷ୍ଣୁ ହୋଇପଡୁଛି । ଏହାକୁ ରାଜ୍ୟବାସୀ କେବେ ବି କ୍ଷମା ଦେବେନି ବୋଲି ସମୀର କହିଛନ୍ତି ।