Odia News Portal

ଆଜି ଭାରତ ନ୍ୟୁଜଲ୍ୟାଣ୍ଡ ଦ୍ୱିତୀୟ ଟି-୨୦

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ଟି-୨୦ ଜିତି ସାରିଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଜିତି ସିରିଜ୍ ଆଗୁଆ ଜିତିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଆଜି ଭାରତ ବିଜୟୀ ହେଲେ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଥମ ସିରିଜ୍ ବିଜୟ ହେବ । ଏହା ସହ ଘରୋଇ ମାଟିରେ ଲଗାତର ପଂଚମ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ସିରିଜ୍ ଜିତିବ ଭାରତ । ଆଜି ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ କୌଣସି ପରବର୍ତ୍ତନ ହୋଇନପାରେ । ସେହିପରି ନ୍ୟୁଜିଲାଣ୍ଡ ଦୁଇଟି ପରିବର୍ତ୍ତନ କରିପାରେ । ପ୍ରଥମ ମ୍ୟାଚ୍ ଖେଳିଥିବା ରାଚିନ୍ ରବୀନ୍ଦ୍ର ଓ ଟଡ୍ ଆସଲେଙ୍କଉଙ୍କୁ ବାଦ୍ ଦେଇ ଜେମସ୍ ନୀସାମ୍ ଓ ସୋଢିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ଚିନ୍ତା କରୁଛି ଦଳ ।

ବୁଧବାର ରାଜସ୍ଥାନର ଜୟପୁରରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଶୀର୍ଷକ୍ରମର ଚମତ୍କାର ପ୍ରଦର୍ଶନ ସହ ଡେଥ୍ ଓଭରଗୁଡ଼ିକରେ ବୋଲରଙ୍କ ନିୟନ୍ତ୍ରଣଭରା ବୋଲିଂ ପାଇଁ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ତା ସହ ସବୁ ଫର୍ମାଟ୍‌କୁ ମିଶାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ୭ ପରାଜୟବରଣ ଧାରାକୁ ବି ଭାଙ୍ଗିଥିଲା। ହେଲେ ମଧ୍ୟକ୍ରମ ପୁଣି ଥରେ ପ୍ରଭାବହୀନ ପ୍ରଦର୍ଶନ କରିଥିଲା। ଶ୍ରେୟସ୍ ଆୟର ଓ ଋଷଭ ପନ୍ତ ଗୋଟିଏ ଗୋଟିଏ ରନ୍ ପାଇଁ ସଂଘର୍ଷ କରିବା ନିଶ୍ଚିତ ଭାବେ ଦ୍ରାବିଡ଼-ରୋହିତଙ୍କୁ ଚିନ୍ତାରେ ପକାଇଥିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ଏକପ୍ରକାର ଭଲ ଖେଳିଥିଲା। ତଥାପି ଦଳର ଅନେକ ଦୁର୍ବଳତା ଦୂର ହୋଇନଥିଲା । ଯାହାକୁ ରାଞ୍ଚିରେ ଦୂର କରିବାକୁ ଉଭୟ ନିଶ୍ଚିତ ରଣନୀତି ପ୍ରସ୍ତୁତ କରିଥିବେ ।