Odia News Portal

କେରଳ ବନ୍ୟା ପ୍ରପିଡିତକୁ ତ୍ରିବେଣୀର ସହାୟତା

ଭୁବନେଶ୍ବର: କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ତ୍ରିବେଣୀ ଆର୍ଥମୁଭର୍ସ ପକ୍ଷରୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତ୍ରିବେଣୀ ଆର୍ଥମୁଭର୍ସର ଓଡ଼ିଶା, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଥିବା ୭ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ଓ ବିଦେଶରେ ଇଣ୍ଡୋନେସିଆ, ସିଙ୍ଗାପୁର ତଥା ମୋଞ୍ଜାମ୍ବିକରେ ମଧ୍ୟ ଖଣି କାମ ରହିଛି । ଏହିସବୁ ରାଜ୍ୟ ଓ ବିଦେଶରେ ତ୍ରିବେଣୀ ଆର୍ଥମୁଭର୍ସ ପ୍ରମୁଖ ଖଣି ସଂସ୍ଥାଭାବେ ପ୍ରସିଦ୍ଧି ଲାଭ କରିଛି। ତ୍ରିବେଣୀ ଆର୍ଥମୁଭର୍ସର କର୍ମଚାରୀମାନେ ୨୫ଲକ୍ଷ ଓ କମ୍ପାନୀ ପକ୍ଷରୁ ୨୫ଲକ୍ଷ ମିଶାଇ ୫୦ଲକ୍ଷ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି ।

କେରଳ ବନ୍ୟାରେ ଲୋକମାନଙ୍କର ବହୁତ କ୍ଷତି ସାଧିତ ହୋଇଛି। କେରଳ ବନ୍ୟା ପୀଡ଼ିତଙ୍କର ଥଇଥାନ ଓ ପୁନର୍ବାସ ପାଇଁ ତ୍ରିବେଣୀ ଆର୍ଥମୁଭର୍ସ ସାମାନ୍ୟ ପ୍ରୟାସ କରାଯାଇଛି। ତ୍ରିବେଣୀ ଆର୍ଥମୁଭର୍ସର କର୍ମଚାରୀମାନେ ଯେଉଁ ପ୍ରୟାସ କରିଛନ୍ତି ତାହାକୁ ସଂସ୍ଥା ଓ କେରଳ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି।