Odia News Portal

କୁବେର ଜେଇଙ୍କ ଘରୁ ପୁଳାପୁଳା ଟଙ୍କା ଜବତ

ସ୍ୱାଧିକାର ନ୍ୟୁଜ : କୁବେର କନିଷ୍ଠ ଯନ୍ତ୍ରୀଙ୍କ ପାଖରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଅମାପ ସମ୍ପତିର ଅଧିକାରୀ ହେଉଛନ୍ତି ଆଇଟିଡିଏର ଜେଇ ସନ୍ତୋଷ ଦାସ । ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ମୋଟ ୪୧ଲକ୍ଷ ୭୭ ହଜାର ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ କରାଯାଇଛି ।

ଭୁବନେଶ୍ୱର ବଡଗଡ ବ୍ରିଟ କଲୋନୀରେ ୪ ତାଲା ବିଶିଷ୍ଟ କୋଠା, ବାଲେଶ୍ୱରରେ ୪ତାଲା ବିଶିଷ୍ଟ ଅଟ୍ଟାଳିକା, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ, କଳିଙ୍ଗ ବିହାରରେ ଗୋଟିଏ ଅଧା ତିଆରି କୋଠା, ବାଲେଶ୍ୱରରେ ଆଉ ତିନିଟି ପ୍ଲଟ ରହିଛି ତାଙ୍କ ନାମରେ । ସେହିପରି ତାଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ରହିଛି ।

ଗତକାଲି ବାଲେଶ୍ୱର ଭୋଗରାଇରେ ଥିବା ତାଙ୍କ ଶ୍ୱଶୁର ଘର, ବାରିପଦାର ପୈତୃକ ଘର ଓ ଅଫିସରେ ଛାପା ମାରିଥିଲା ଭିଜିଲାନ୍ସ । ସକାଳୁ ବିଳମ୍ବିତ ରାତି ଯାଏ ଚାଲିଥିବା ଚଢ଼ାଉ ପରେ ଏତେ ସମ୍ପତି ଦେଖି ଭିଜିଲାନ୍ସ ତାଜୁବ ହୋଇଛି ।