Odia News Portal

ଭାକସିନ ନେଲେ ବି ରହିଛି ଓମିକ୍ରନ ଭୟ

ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି ।
ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଗବେଷକଙ୍କ କହିବାନୁସାରେ, ଓମିକ୍ରନ୍ ଭାରିଆଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଦେଉଛି । ଯେଉଁମାନେ ପୂର୍ବରୁ ଟିକା ନେଇଛନ୍ତି କିମ୍ବା ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ବିପଦ ରହିଛି । କିନ୍ତୁ ଏହି ଭାଇରସ ଅତି ଭୟଙ୍କର ହେବା ନେଇ କୌଣସି ପ୍ରମାଣ ଏବେସୁଦ୍ଧା ମିଳିନାହିଁ ।
ଗବେଷଣାରେ ଆହୁରି ମଧ୍ୟ ଜଣାପଡିଛି ଯେ, ଯଦି ତୃତୀୟ ଡୋଜ୍ କିମ୍ବା ବୁଷ୍ଟର ଡୋଜ୍ ନିଆଯାଏ ତେବେ ସଂକ୍ରମଣ ସମ୍ଭାବନା କମ୍ ରହିଛି । ଏହି ଭାଇରସରେ ଏବେ ସେପରି କେହି ପ୍ରାଣ ହରାଇ ନାହାଁନ୍ତି । ତେବେ ବିପଦକୁ ଏଡାଇ ଦିଆଯାଇ ପାରିବ ନାହିଁ । କିନ୍ତୁ ତୃତୀୟ ଡୋଜ୍ ଜରୁରୀ ହୋଇ ପଡିଛି ।
ଗବେଷକ ତେରେସା ଲାମ୍ବେ କହିଛନ୍ତି ଯେ, ବୁଷ୍ଟର ଡୋଜ୍ ନେଲା ପରେ ଆଣ୍ଟିବଡି ଓ ଟି ସେଲ୍ ମଜବୁତ ହେବ । ଏବେ ଯେଉଁ ତଥ୍ୟ ଆସୁଛି ସେଥିରେ ଭାକସିନ୍ ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ କମ୍ ଗୁରୁତର ବୋଲି ଜଣା ପଡୁଛନ୍ତି । ଅର୍ଥାତ ଭାକସିନ୍ ନେବାର ଅଧିକ ଆବଶ୍ୟକତା ରହିଥିବା ସେ କହିଛନ୍ତି ।