Odia News Portal

୧୧ ଜିଲାରେ କାଳବୈଶାଖୀ ସମ୍ଭାବନା, ବଜ୍ରପାତ ସହ ବର୍ଷା ହୋଇପାରେ

ବର୍ଷୁଛି ନିଆଁ ବର୍ଷା। ତାତିର ଦାଉରେ ସିଝୁଛନ୍ତି ରାଜ୍ୟବାସୀ।  ମିଳୁନି ତାତିରୁ ନିସ୍ତାର। ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ। ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଥମୁନି। ତେବେ ତାତି ବଢୁଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ବଢୁଛି।  ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୧ ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଘଡଘଡି ସହ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, କୋରାପୁଟ, ରାୟଗଡା, ଗଜପତି, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡା ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି।  ଏହିସବୁ ଜିଲାଗୁଡିକ ପାଇଁ ଆସନ୍ତା ୨୪ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।