Odia News Portal

ଆଜି ବର୍ଷାଙ୍କ ଜନ୍ମଦିନ

ଭୁବନେଶ୍ୱର: ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ହେଉଛି ଜନ୍ମଦିନ । ୩୭ ବର୍ଷରେ ପାଦ ଥାପିଛନ୍ତି ସେ । ତାଙ୍କର ନିଖୁଣ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବର୍ଷା ୧୯୮୪ ମସିହାରେ କଟକରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ଥିବା ଦୁର୍ବଳତା ଆଜି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇ ପାରିଛି । ସମଥିଙ୍ଗ ସମଥିଙ୍ଗ, ବାଳୁଙ୍ଗ ଟୋକା, ନିମକି ଭଳି ଅନେକ ହିଟ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତେବେ ବର୍ଷା ଓଲିଉଡ଼ର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ବିବାହ କରିଛନ୍ତି । ଏବେ ଉଭୟଙ୍କ ବିବାହ ପରେ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା କେବେ ପୂର୍ଣ୍ଣଚ୍ଛେଦ ପଡିବ ତାଉପରେ ରହିଛି ସମସ୍ତଙ୍କ ନଜର । ତେବେ ତାଙ୍କ ଜନ୍ମଦିନରେ ଆମେ ଇଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛୁ କି, ସେ ସବୁଦିନ ହସ ଖୁସିରେ ରୁହନ୍ତୁ ।