Odia News Portal

ରାଜ୍ୟରେ ଆଜି ପୁଣି ୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୩୩ରେ ପହଁଚିଛି। ଏମାନଙ୍କ ଭିତରୁ ସମ୍ବଲପୁରରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, କଟକରୁ ୨ ଜଣ ମୃତ୍ଯୁବରଣ କରିଛନ୍ତି ।

ଏହାସହିତ କେନ୍ଦୁଝର, ଗଞ୍ଜାମ ଓ ନୟାଗଡ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।