Odia News Portal

ଆଜି ପୁଣି ଭୁବନେଶ୍ବରରେ ୨୭୭ ପଜିଟିଭ

ଭୁବନେଶ୍ୱର : ଭୁବନେଶ୍ବରରେ ଆଜି ପୁଣି ୨୭୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସଂଗରୋଧ କେନ୍ଦ୍ରରୁ ୧୮୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ଭୁବନେଶ୍ବରରେ କୋରୋନା ପଜିଟିଭ ସଂଖ୍ୟା ୫୧୧୯କୁ ବୃଦ୍ଧି ପାଇଛି। ୫୧୧୯ ପଜିଟିଭରୁ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ସେଇପରି ୩୨୫୧ଜଣ ସୁସ୍ଥ ହୋଇଥିବା ବେଳେ ୧୮୩୯ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।