Odia News Portal

ଟ୍ୱିନ ସିଟିର କରୋନା ଅପଡେଟ : ଭୁବନେଶ୍ୱରରୁ ୩୧୯, କଟକରୁ ୧୫୦ ନୂଆ ପଜିଟିଭ

ରାଜଧାନୀ ଭୁବନେଶ୍ୱରରୁ ଆଜି ଦ୍ଵିତୀୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ ୩୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଏମ୍ସି କତ୍ତୃପକ୍ଷ । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟ ୬୩୯୬କୁ ବୃଦ୍ଧି ପାଇଛି । ଇମଧ୍ୟରୁ ୩୯୫୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୪୦୫ ଟି ଆକ୍ଟିଭ କେଶ ରହିଛି । ଯେବେକି ୩୧ ଜଣଙ୍କ ଜୀବନ କରୋନାରେ ଯାଇ ସାରିଲାଣି । ଆଜିର ଚିନ୍ହଟଙ୍କ ମଧ୍ୟରୁ ୧୭୨ ଜଣ ପୂର୍ବରୁ ସଙ୍ଗରୋଧରେ ଥିବା ବେଳେ ୧୪୭ ଜଣ ଲୋକାଲ କଣ୍ଟକଟକୁ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସିଛି । ସୂଚନା ମୁତାବକ ଚିହ୍ନଟଙ୍କ ମଧ୍ୟରୁ ୧୬୮ ଜଣ ପୂର୍ବ ଆକ୍ରାନ୍ତଙ୍କ ଲିଙ୍କରେ ଆସିଥିଲେ । ଏମଧ୍ୟରୁ ୪ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଛି । ଆଜି ୧୧୩ ଜଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି ।

ଅନ୍ୟ ପକ୍ଷରେ କଟକ ସହରରୁ ଆଜି ୧୫୦ ଜଣ ନୂଆ ପଜିଟିଭ କେଶ ପଦାକୁ ଆସିଥିବା ଜଣାଯାଇଛି । ଆଜି ସକାଳ ସମୟରେ ଜିଲ୍ଲାରୁ ୨୪୧ଜଣ ନୂଆ ଆକ୍ରାନ୍ତ ବାହାରୀ ଥିବା ବେଳେ ସେମଧ୍ୟରୁ ସହରରୁ ୧୫୦ ଜଣ ଅଛନ୍ତି । ଏମଧ୍ୟରୁ ୩୬ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୪୭ ଜଣ ହୋମ କ୍ଵାରେଣ୍ଟିଂନ ସେଣ୍ଟରରେ ଥିଲେ । ୬୭ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଆଜିର ପଜିଟିଭକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୨୮ କୁ ବୃଦ୍ଧି ପାଇଥିବା ବେଳେ ସେମଧ୍ୟରୁ ୧୭୧୭ ଜଣ ସୁସ୍ଥ ହୋଇଛନ୍ତି । ଯେବେକି ସହରରେ ୧୦୮୭ଟି ଆକ୍ଟିଭ କେଶ ରହିଛି । ସହରରୁ ୧୪ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।