Odia News Portal

ଟିକାକରଣ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି ହୋଇଛି। ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ, ହସ୍ପିଟାଲରେ ଆଡମିଟ୍‌ ଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ। ଏହାସହ ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏନେଇ ସୂଚନା ପ୍ରଦାନ କରିଛନ୍ତି ।ତେବେ ସାରା ରାଜ୍ୟରେ ୧୬୧ ଟି ଟୀକାକରଣ କେନ୍ଦ୍ର କରାଯାଇଛି। ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି ଓଡିଶା।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ପହଞ୍ଚିଛି ୨ଟି ଟିକା । ପୁନେ ସ୍ଥିତ ସେରମ ଇନଚ୍ୟୁଟ୍‌ର କୋଭିସିଲ୍ଡ ଓ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକର କୋଭାକ୍ସିନ ଟୀକା। କୋଭିସିଲ୍ଡ ୪ ଲକ୍ଷ ୮ ହଜାର ଡୋଜ ଏବଂ ୨୦ ହଜାର କୋଭାକ୍ସିନର ଡୋଜ । ସବୁ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ମୋଟ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି। ରାଜ୍ୟରେ ମୋଟ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି।