Odia News Portal

ଯାତ୍ରାକୁ କେବେ ମିଳିବ ଅନୁମତି

ଭୁବନେଶ୍ୱର: କରୋନା କଟକଣା ଲାଗି ବନ୍ଦ ହୋଇପଡିଛି ଯାତ୍ରା ଶିଳ୍ପ। କାମ ନପାଇ କଳାକାରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ପରିବା ବେପାର କଲାଣି ତ ଆଉ କିଏ ଲେବର କାମ କଲାଣି। ବହୁବିଘ୍ନ ଦେଇ ଗତି କରୁଛନ୍ତି। କଳାକୁ ନିଜର ପେଷା କରିଥିବା ଅନେକ କଳାକାର ଘରେ ହାତ ବାନ୍ଧି ବସିଛନ୍ତି। ସବୁ ବର୍ଗର ଲୋକଙ୍କ ଲାଗି ଯୋଜନା ହୋଇଥିଲେ ସୁଦ୍ଧା କଳାକାରଙ୍କୁ କିଛି ସୁଫଳ ମିଳୁନି। ଯାହାକୁ ସେମାେନେ ଚିନ୍ତାରେ ରହିଛନ୍ତି। ତେବେ କେବେ ଯାତ୍ରାକୁ ଅନୁମତି ମିଳିବ ତାକୁ ଅପେକ୍ଷା କରିଛନ୍ତି କଳାକାର। ଅଗଷ୍ଟ ମାସର ଗାଇଡଲାଇନରେ ଯାତ୍ରାକୁ ଅନୁମତି ମିଳିବ ବୋଲି କଳାକାରମାନେଆଶା ବାନ୍ଧି ବସିଛନ୍ତି। ଦୀର୍ଘ ଦିନ ଯାତ୍ରା ବନ୍ଦ ରହିବା କାରଣରୁ ବହୁ ହଇରାଣ ହୋଇଛନ୍ତି। ଏଣୁ ଶିଘ୍ର ଅନୁମତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଉଛି। ଏବେ ଦେଖିବାକୁ ବାକି ରହିଲା ସରକାର କେବେ ଦେଉଛନ୍ତି ଅନୁମତି।