Odia News Portal

ଦିନ ୧୨ଟା ଯାଏଁ ଗୃହ ମୁଲତବି

ଲଗାତାର ୬ ଦିନରେ ମଧ୍ୟ ଗୃହ ଅଚଳ

ଭୁବନେଶ୍ୱର: ଲଗାତାର ୬ ଦିନରେ ମଧ୍ୟ ବିଧାନସଭା ଗୃହ ଅଚଳ ।ଆଜି ମଧ୍ୟ ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ପ୍ରତିବାଦ କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲଗାତାର ୬ ଦିନ ପାଇଁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି ।

ସୂଚନା ଅନୁଯାୟୀ, ଆଜି ପ୍ରଶ୍ନ କାଳରେ ଜଳ ସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଓଡ଼ିଆ ଭାଷା ସାହିତ୍ୟର ଓ ସଂସ୍କୃତି ବିଭାଗର ଅଲୋଚନା ରହିଥିଲା । ଏହା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଥିଲେ ।