Odia News Portal

ସ୍ପୋର୍ଟସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର: ମୁଖ୍ୟମନ୍ତ୍ରୀ

ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ ଆୟୋଜିତ । ୨୦୧୧-୨୦୨୦ ଦଶକରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ, କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଆଦି ଉପସ୍ଥିତ ଥିଲେ ।

ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ପୋର୍ଟସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର । ପୁରସ୍କାରକୁ ସାଢେ ଚାରି କୋଟି ଓଡ଼ିଆ ଭାଇଭଉଣୀଙ୍କୁ ସମର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପାଇଁ କୀର୍ତ୍ତିମାନ ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବବର୍ଗଙ୍କୁ ଗାଇଡ୍ କଲେ ସେମାନେ ବହୁ ଆଗକୁ ଯାଇପାରିବେ । ଓଡ଼ିଶା ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ବହୁତ ନାଁ କମାଇଲାଣି । ସୁନ୍ଦରଗଡ଼ରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ ହୋଇଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହରେ ସାମିଲ ହୋଇ ଏହି ପୁରସ୍କାର ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ୪ ଜଣ ବିଚାରକ ଯଥା କ୍ରିକେଟ କସୁନିଲ ଗାଭାସ୍କର, ଚେସ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ପ୍ରମୁଖ ଭର୍ଚୁଆଲରେ ଯୋଗଦେଇଥିଲେ । ତେବେ ଓଡ଼ିଶା ଖୁବ୍‌ଶୀଘ୍ର ଏବଂ ଅତି ସହଜରେ କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି ବୋଲି ଅନ୍ୟ ଅତିଥିମାନେ କହିଥିଲେ । ଏଥିପାଇଁ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଥିବା କହିଛନ୍ତି ଅତିଥି ।