Odia News Portal

ଭିଜିଲାନ୍ସ ଜାଲରେ କୋଟିପତି ବାବୁ: ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସର ରେଡ୍

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର କୋଟିପତି କିରାଣୀ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ବିଭାଗ । । ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା କୋଠା, ଜଟଣୀର ପ୍ରଧାନ ସାହିରେ ଥିବା ଏକ ଡୁପ୍ଲେକ୍ସ ଓ ପ୍ଲଟ୍‌, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ୍‌ ଏବଂ ଆର୍‌ବି ଡିଭିଜନ୍‌ରେ ଥିବା ଅଫିସ୍‌ ରୁମ୍‌ରେ ଏହି ଚଢ଼ାଉ କରିଥିବା ସୂଚନା ରହିଛି । ଏହା ସହ କୋଟିପତି କିରାଣୀ ଘରୁ ବହୁଳ ମାତ୍ରାରେ ପଇସା,ସୁନା ସହ ବହୁ ଦାମୀ କମ୍ପାନୀର ଫୋନ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ ବିଭାଗ ।

ଭୁବନେଶ୍ୱର ଭିଜିଲାନ୍ସର ସ୍ପେସିଆଲ୍‌ ଜଜ୍‌ଙ୍କ ଦ୍ୱାରା ଏକ ସର୍ଚ ୱାରେଣ୍ଟ୍‌ ଜାରି କରାଯିବା ପରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ଚଢ଼ାଉ ପରେ ଏବେ ସୁଦ୍ଧା ୧୦ ଲକ୍ଷ ୬୨ ହଜାର ୬୦୫ ଟଙ୍କା ମିଳି ସାରିଲାଣି। ସେହିଭଳି ଆଜି ବ୍ରହ୍ମପୁରର ୯ ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିବା ନମିତା ଦଳେଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପାଇ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢଉ କରିଥିଲା । ଅଙ୍ଗନୱାଡି କର୍ମୀଙ୍କ ଘର ସମେତ ବ୍ରହ୍ମପୁରରୁ ୫ଟି ଅଞ୍ଚଳ ଓ ଭୁବନେଶ୍ୱରର ୨ଟି ଅଞ୍ଚଳରେ ଏକକାଳୀନ ରେଡ୍ ହୋଇଛି।