Odia News Portal

ରବିବାର କରନ୍ତୁ ସୂର୍ଯ୍ୟଦେବଙ୍କ ଆରାଧନା

ଭୁବନେଶ୍ବର: ରବିବାର ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ। ରବିବାର ଦିନ ସୂର୍ଯ୍ୟ ଦେବଙ୍କ ଉପାସନା କଲେ ଶୁଭ ଫଳ ମିଳିଥାଏ। ସେଥିପାଇଁ ରବିବାର ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ। ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ କରିବା ଉଚିତ। ଏହାର ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ରବିବାର ଦିନ କିଛି ବିଶେଷ ଉପାୟ କଲେ ସବୁ ସମସ୍ୟା ଦୂର ହେବାସହ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ରବିବାର ଦିନ କେଉଁ କେଉଁ ଉପାୟ କଲେ ଜୀବନ ସୁଖମୟ ହେବ ଜାଣନ୍ତୁ:-

  • ରବିବାର ଦିନ ଆପଣ ଯଦି କୌଣସି ଜରୁରୀ କାମ କରୁଛନ୍ତି ତାହେଲେ ଗାଈକୁ ରୁଟି ନିଶ୍ଚୟ ଖୁଆନ୍ତୁ। ଏହାଦ୍ୱାରା ସଫଳତା ଅବଶ୍ୟ ମିଳିବ ।
  • ରବିବାର ଦିନ ତମ୍ବା ପାତ୍ର କିମ୍ବା ଢାଳରେ ପାଣି ନେଇ ସେଥିରେ ଟିକେ ସିନ୍ଦୁର ମିଶାଇ ବରଗଛ ମୂଳରେ ଅର୍ପଣ କରନ୍ତୁ।
  • ରବିବାର ଦିନ ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।
  • ରବିବାର ଦିନ ମାଛଙ୍କୁ ଅଟା ଗୁଳା ଏବଂ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ । ଏହା ଶୁଭ ଫଳଦାୟୀ ବୋଲି କୁହାଯାଏ।
  • ରବିବାର ଦିନ ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ଦିନ ଧନ ସମ୍ବନ୍ଧୀୟ କାମ କଲେ ଦରିଦ୍ରତା ଆସିଥାଏ ବୋଲି କୁହାଯାଏ।
  • ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଅବଶ୍ୟ ପାଠ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।

କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ କିମ୍ବା ନୀଚରେ ଥିଲେ କିମ୍ବା ଅଶୁଭ ଘରେ ବିରାଜମାନ ଥିଲେ ସୂର୍ଯ୍ୟଦେବଙ୍କ ଆରାଧନା ଅତ୍ୟନ୍ତ ଜରୁରୀ। ରବିବାର ଦିନ ଏହି ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଶୁଭ ଫଳଦାୟୀ ପ୍ରମାଣିତ ହୋଇଥାଏ।