ସୋରରେ ଘଟିଛି ଅଘଟଣ । ଖଣି ଅଧିକାରିଙ୍କୁ ଆକ୍ରମଣ । ପୁଣି ଦେଖାଦେଇଛି ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆଙ୍କ ସଂଘବନ୍ଧ ଆକ୍ରମଣ କରାଯାଇଛି । ଟେକା ଓ ପଥର ଫିଙ୍ଗି ଗାଡ଼ିର କାଚ ଭାଙ୍ଗିଲେ ମାଫିଆ । ଜୀବନରୁ ମାରିଦେବାକୁ ମଧ୍ୟ ଦେଲେ ଧମକ । ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସୁନ୍ଦରପୁର ଅଞ୍ଚଳରେ ଦେଖାଦେଇଛି ଏହିପରି ଅଭାବନୀୟ ଘଟଣା ।ବେଆଇନ ମୋରମ ଖୋଳା ଚାଲିଥିବା ନେଇ କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରା ପହଁଚିଥିଲେ। ଘଟଣା ସ୍ଥଳରେ ଚଢ଼ାଉ ବେଳେ ଅତର୍କିତ ଆକ୍ରମଣ କରିଥିଲେ ମାଫିଆ । ଜୀବନ ଭୟରେ ଘଟଣା ସ୍ଥଳରୁ ପଳେଇ ଆସିଥିଲେ ଖଣି ଅଧିକାରୀ । ହେଲେ ମାଫିଆ ମାନେ ଖଣି ଅଧିକାରୀଙ୍କ ଗାଡି ଖଇରା ଥାନା ପର୍ଯ୍ୟନ୍ତ ଗୋଡ଼ାଇଥିଲେ । ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ଅଧିକ ତଦନ କରୁଛି ।
