Odia News Portal

ମ୍ୟାନ୍‌କାଇଣ୍ଡ ଫାର୍ମାର ୨ କୋଟି ସହାୟତା

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲଢ଼େଇରେ ସାମିଲ ହୋଇ ମ୍ୟାନ୍‌କାଇଣ୍ଡ ଫାର୍ମା ଓଡ଼ିଶା ସରକାରଙ୍କୁ ୨ କୋଟି ଟଙ୍କାର ସହାୟତା ଘୋଷଣା କରିଛି । କମ୍ପାନି ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିବ । ମ୍ୟାନ୍‌କାଇଣ୍ଡ ଫାର୍ମା ଅଧ୍ୟକ୍ଷ ଆର୍‌ ସି ଜୁନେଜା ଏହି ସୂଚନା ଦେଇଛନ୍ତି ।

ଶ୍ରୀ ଜୁନେଜା କହିଛନ୍ତି, ଓଡ଼ିଶା ସମେତ କରୋନା ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ କମ୍ପାନି ମୋଟ୍‌ ୫୧ କୋଟି ଟଙ୍କାର ସହାୟତା ଯୋଗାଇବ । ଏହାବ୍ୟତୀତ ଏହା ଏହି ରାଜ୍ୟଗୁଡ଼ିକୁ କମ୍ପାନି ତରଫରୁ ଭେଣ୍ଟିଲେଟର, ବ୍ୟକ୍ତିଗତ ନିରାପତ୍ତା ଉପକରଣ ଓ ଔଷଧ ମଧ୍ୟ ଦାନ କରିବ ବୋଲି ମ୍ୟାନକାଇଣ୍ଡ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।