Odia News Portal

ଆଇଓସିଏଲ ଦେବ ଚାକିରି

ବେକାର ଯୁବକ ଯୁବତୀଙ୍କ ପାଇଁ ଚାକିରି ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(ଓଙଉଖ)ରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଆଇଓସିଏଲରେ ଖାଲିପଡିଛି ଟେକ୍ନିସିଆନ୍ ଏବଂ ଟ୍ରେଡ୍ ଆପରଣ୍ଟିସ ୩୦୦ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.com କୁ ଯାଇ ଅନଲାଇନ ଆବେଦନ କରିପାରିବେ।
ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଆବେଦନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ୧୦ ଡିସେମ୍ବରରୁ୨୦୨୧ ଠାରୁ ଆରମ୍ଭ ହୋଇ ଆବେଦନ ପ୍ରକ୍ରିୟା ୨୫ ଡିସେମ୍ବର ୨୦୨୧ରେ ଶେଷ ହେବ। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଭଲଭାବେ ନୋଟିଫିକେସନ ପଢନ୍ତୁ। ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ସମୟରେ କୌଣସି ପ୍ରକାର ଭୁଲ କରନ୍ତୁ ନାହିଁ। ଏହି ସମୟରେ କୌଣସି ଭୁଲ ହୁଏ, ତେବେ ଫର୍ମକୁ ରଦ୍ଦ କରିଦିଆଯିବ।
ପଦବୀ ବିବରଣୀ: ୩୦୦
ଟ୍ରେଡ ଅପାରଣ୍ଟିସ: ୧୦୩
ଟେକ୍ନିସିଆନ ଅପାରଣ୍ଟିସ: ୫୫
ଟ୍ରେଡ୍ ଅପାରଣ୍ଟିସ୍(ସେଲ୍ସ ଆସୋସିଏଟ୍): ୧୦
ଟ୍ରେଡ୍ ଅପାରଣ୍ଟିସ୍ ଆକାଉଣ୍ଟ: ୧୨୨
ଡାଟା ଏଣ୍ଟ୍ରି ଅଫିସର: ୧୦
ମାସିକ ଦରମା: ୪୦ ହଜାରରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା।
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୫ ଡିସେମ୍ବର ୨୦୨୧ ରହିଛି। ପରୀକ୍ଷା ତାରିଖ ୯ ଜାନୁଆରୀ ୨୦୨୨ ରହିଥିବା ବେଳେ ଡକ୍ୟୁମେଣ୍ଟ ଭେରିଫିକେସନ ତାରିଖ ୧୭ ଜାନୁଆରୀ ରହିଛି।
ଶିକ୍ଷାଗତ ଯୋଗ୍ୟତା: ମାନ୍ୟତାପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ କିମ୍ବା ଅନ୍ୟ କୌଣସି ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ। ଆଉ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।
ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ।