Odia News Portal

ଷ୍ଟେଟ ବ୍ୟାଙ୍କରେ ଚାକିରି କରିବାର ସୁଯୋଗ ଗ୍ରାଜୁଏଟେଡ ପିଲା କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ବଡ ଖବର। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ସ୍କିଲଡ ବେସଡ୍ ଅଫିସର (cbo) ପଦବୀ। ସୂଚନା ମୁତାବକ, ଉକ୍ତ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୧୨୨୬ ରୁ ଅଧିକ ପଦ ଖାଲି ପଡିଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ୱେବସାଇଟ୍ sbi.co.in ଜରିଆରେ ଅନଲାଇନ୍ ଆବେଦନ କରିପାରିବେ ।
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୯ ଡିସେମ୍ବରରୁ ଆରମ୍ଭ ହୋଇ ୨୯ ଡିସେମ୍ବର ୨୦୨୧ରେ ସମାପ୍ତ ହେବ। ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ ୨୯ ଡିସେମ୍ବର ରହିଛି। ଏହି ପଦବୀରେ ହେବାକୁ ଥିବା ପରୀକ୍ଷା ଜାନୁଆରୀ ୨୦୨୨ରେ ହେବ ଏବଂ ଆଡମିଟ୍ କାର୍ଡ ଜାରି ହେବାର ତାରିଖ ୧୨ ଜାନୁଆରୀ ରହିଛି।
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିର କୌଣସି ବି ଷ୍ଟ୍ରିମରେ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ।
ବୟସ ସୀମା : ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ଅଧିକ ଏବଂ ୩୦ ବର୍ଷରୁ କମ ହୋଇଥିବା ଆବଶ୍ୟକ ।
ଆବେଦନ ଶୁଳ୍କ: ସାଧାରଣ ବର୍ଗ, ଓବିସି ଏବଂ ଋଡଝ ଆବେଦନକାରୀ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି, ଜନଜାତି ଏବଂ ଦିବ୍ୟାଙ୍ଗ ପାଇଁ ଆବେଦନ ନିଶୁଳ୍କ ରହିଛି। ଆବେଦନ ଶୁଳ୍କ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ନେଟ ବ୍ୟାଙ୍କିଂ ଜରିଆରେ କରିପାରିବେ।

ଏମିତି କରନ୍ତୁ ଆବେଦନ:
ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ sbi.co.in କିମ୍ବା ibpsonline.ibps.in କୁ ଯାଆନ୍ତୁ।
ୱେବସାଇଟର ହୋମ ପେଜକୁ careers ଅପସନକୁ ଯାଇ current opening ଲିଙ୍କରେ କ୍ଲିକ କରନ୍ତୁ।
ତା’ ପରେ ଭର୍ତ୍ତି ପାଇଁ ନୋଟିଫିକେସନ ଏବଂ ଆବେଦନ ଫର୍ମ ଲିଙ୍କରେ କ୍ଲିକ କରନ୍ତୁ। ନୋଟିଫିକେସନ ଷ୍ଟାଟସ ଆସିଲା ମାତ୍ରେ ଏହାକୁ ଓପନ କରି ଆପ୍ଲିକେସନ ଫର୍ମ ପୂରଣ କରିପାରିବେ।
ଆବେଦନ ପ୍ରକ୍ରିୟା ପୂରଣ ହେବା ପରେ ଆପ୍ଲିକେସନ ଫର୍ମର ଫ୍ରିଣ୍ଟ ନିଶ୍ଚିତ ରଖନ୍ତୁ।

sbi.co.in କିମ୍ବା ibpsonline.ibps.in careers