Odia News Portal

ଲାଇନ କଟିଯିବାରୁ ଉଡ଼ିଗଲା ୮ ରୋଗୀଙ୍କ ପ୍ରାଣବାୟୁ

ରାଜସ୍ଥାନ : ରାଜସ୍ଥାନ ବାଡମେରରେ ଏକ ଘଟଣା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ରକୁ ପଦାରେ ପକାଇଦେଇଛି । ଏଠାରେ କିଛି ସମୟ ପାଇଁ ଲାଇନ କଟିଯିବାରୁ ବନ୍ଦ ହୋଇଯାଇଥିଲା ଅକ୍ସିଜେନ୍ ପ୍ଲାଣ୍ଟ । ଫଳରେ ୮ ରୋଗୀଙ୍କ ପ୍ରାଣବାୟୁ ଉଡିଯାଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ ସଂପର୍କୀୟ ମାନେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ହସ୍ପିଟାଲ ତରଫରୁ କୁହାଯାଇଛି କିଛି ସମୟ ପାଇଁ ଲାଇନ କଟିଥିଲା । କିନ୍ତୁ ପ୍ଲାଣ୍ଟ ବନ୍ଦ ହୋଇନଥିଲା । ତେବେ ପରୋକ୍ଷରେ ସେମାନେ ୮ ରୋଗୀଙ୍କ ମୃତ୍ୟୁ କଥା ବି ସ୍ୱୀକାର କରିଛନ୍ତି । ଘଟଣା ପରେ ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।