Odia News Portal

ରେଳ ଯ।।ତ୍ରୀଙ୍କ ପାଇଁ ଏକ ବଡ଼ ଖବର; ଏହି ବର୍ଗର ଲୋକଙ୍କ ପାଇଁ ଆଉ ମିଳିବନି ରେଳ ଟିକେଟରେ ରିହାତି


(ନୂଆଦିଲ୍ଲୀ) ଭାରତୀୟ ରେଳବାଇ ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ବରିଷ୍ଟ ନାଗରିକଙ୍କ ଠାରୁ ଆରମ୍ଭ କରି କୌଣସି ଯାତ୍ରୀଙ୍କ ପାଇଁ ଟିକେଟରେ ରିହାତି ମିଳିପାରିବ ନାହିଁ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି । ସଂସଦରେ ଚାଲିଥିବା ଶୀତ ଅଧିବେଶନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଉତ୍ତର ରଖି କହିଛନ୍ତି ଯେ, ଲକଡାଉନ ଏବଂ ସଟଡାଉନକୁ ନଜରରେ ରଖି ଯାତ୍ରୀମାନଙ୍କୁ ଦିଆଯାଉଥିବା ରିହାତିରେ ଆଉ ଛାଡ଼ କରାଯିବ ନାହିଁ ।

କରୋନା ମହାମାରୀ ଯୋଗୁଁ ଟ୍ରେନ ଚଳାଚଳ ଦୀର୍ଘଦିନ ଧରି ବନ୍ଦ ରହିଥିଲା କଟକଣା ହଟିବା ପରେ ରେଳ ଚଳାଚଳ ସ୍ୱାଭାବିକ ହେଲା ସତ, ମାତ୍ର ସମସ୍ତ ଟ୍ରେନକୁ ସ୍ପେସାଲ ଏବଂ ଫେଷ୍ଟିବାଲ ନାମରେ ଚଳାଗଲା । ଫଳରେ ସ୍ପେସାଲ ଟ୍ରେନ ନାଁରେ ରେଳ ଭଡ଼ାକୁ ବଢାଇ ଦିଆଗଲା । ଯାହାଦ୍ୱାରା ଯାତ୍ରୀମାନେ ଅନେକ ସମସ୍ୟାର ସମ୍ୁଖିନ ହେଉଛନ୍ତି । କରୋନା ମହାମାରୀ ପୂର୍ବରୁ ବରିଷ୍ଠ ନାଗରିକଙ୍କ ସମେତ ମାନ୍ୟତା ପ୍ରାପ୍ତ ପତ୍ରକାର, ଯୁବପୀଢି, ଚାଷି, ରିସର୍ଚ୍ଚ ସ୍କଲାର୍ସ, ପଦକ ବିଜେତା, ସ୍କାଉଟ୍ ଗାଇଡ୍, ଅଭିନେତା ଏବଂ ଖେଳାଳିଙ୍କ ଭଳି ୩୦ରୁ ଅଧିକ କାଟାଗୋରି ପାଇଁ ରିହାତି ସେବା ପ୍ରଦାନ କରାଯାଉଥିଲା । କିନ୍ତୁ କୋଭିଡ ମହାମାରୀ ଏବଂ ପ୍ରୋଟକଲକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିନେଇଛି ରେଳବାଇ ।