Odia News Portal

ସାଙ୍ଗ ମାନଙ୍କ ସହ ଶେଇଥିଲେ,ସକାଳୁ ମିଳିଳା ମୃତ ଦେହ

ଚାନ୍ଦବାଲି:ଚିଙ୍ଗୁଡି ଫାର୍ମ ନିକଟରୁ ମିଳିଲା ଯୁବକଙ୍କ ମୃତ ଦେହ । ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏଭଳି ଅଘଟଶ ଘଟଣା । ମୃତକ ଜଣକ ବାଂଶଡ଼ା ଥାନା କରଣପଲ୍ଲୀ ପଞ୍ଚାୟତର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ ବୋଲି ଜଣାପଡିଛି ।
ଖବର ଅନୁସାରେ, ପ୍ରଳୟ ସାଙ୍ଗମାନଙ୍କ ସହ ଏକ ଘରେ ଶୋଇଥିଲେ । ହେଲେ ସକାଳୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଯାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ପରିବାର । ପୁରା ପରିବାର ନିଖୋଜ ପୁଅକୁ ଖୋଜାଖୋଜି ଆରମ୍ଭ କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ୨୪ ଘଣ୍ଟା ପରେ ତାଙ୍କର ମୃତଦେହ ଏକ ଚିଙ୍ଗୁଡି ଫାର୍ମର ଏକ ପଲ୍ଲା ଘରୁ ଠାବ ହୋଇଥିଲା । ଏନେଇ ପରିବାର ଲୋକେ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।