Odia News Portal

ଓଡ଼ିଶାକୁ ବିଭାଜନ କରନ୍ତୁନି- ଜିତୁ ମଙ୍ଗରାଜ

ଓଲିଉଡ୍ କଳିକୁ ନେଇ ଅଭିନେତା ଜିତୁ ମଙ୍ଗରାଜଙ୍କ ପ୍ରତିକ୍ରିୟା । ବିବାଦର ମଂଜି ବୁଣଛନ୍ତି ମନୋଜ । ତାଙ୍କ କଥା ବ୍ୟଥିତ କରିଛି ବୋଲି କହିଛନ୍ତି ଜିତୁ ମଙ୍ଗରାଜ । ମୁଁ କୌଣସି ଅସମ୍ମାନ କରିନି, ପଶ୍ଚିମ ଓଡ଼ିଶା ବାବଦରେ କିଛି କହିନି । ଆପଣ ପଶ୍ଚିମ ଓଡ଼ିଶା ବ୍ରାଣ୍ଡ ଆମ୍ବାସାଡର ନୁହଁନ୍ତି, ଓଡ଼ିଶାକୁ ବିଭାଜନ କରନ୍ତୁନି । ଭୁଲ୍ ଥିଲେ ଭୁଲ୍ ମାଗିବି, ଆସନ୍ତୁ ସମସ୍ୟାର ସମାଧାନ କରିବା ।