Odia News Portal

କ୍ରିକେଟକୁ ବିଦାୟ ଦେଇ ଅଭିନୟ ଦୁନିଆରେ ପାଦ ଦେଲେ ପାକିସ୍ତାନୀ କ୍ରିକେଟର,

ଏପରି କିଛି କ୍ରିକେଟର ଅଛନ୍ତି ଯେଉଁମାନେ କ୍ରିକେଟ୍ ପଡ଼ିଆ ଛାଡି ଅଭିନୟ ଜଗତରେ ପାଦ ଦେଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଡ଼ ପରଦାରେ ଅଭିନୟ କରିସାରିଛନ୍ତି । ଏବେ ଭାରତୀୟ କ୍ରିକେଟରଙ୍କୁ ଦେଖି ପାକିସ୍ତାନୀ କ୍ରିକେଟର ମଧ୍ୟ ଅଭିନୟର ରାସ୍ତା ବାଛିଛନ୍ତି।

ପାକିସ୍ତାନର ପ୍ରସିଦ୍ଧ କ୍ରିକେଟର ୱାସିମ ଆକ୍ରମ କ୍ରିକେଟ୍ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ୱାସିମ କ୍ରୀଡା ଜଗତକୁ ବିଦାୟ ଦେବାର ଦୀର୍ଘ ଦିନ ହେଲାଣି। ତେବେ ତାଙ୍କୁ ପାକିସ୍ତାନ ମ୍ୟାଚ୍‌ରେ କମେଣ୍ଟ୍ରି କରୁଥିବାର ଅନେକ ସମୟରେ ଦେଖାଯାଏ। କ୍ରିକେଟକୁ ବିଦାୟ ଦେବା ପରେ ୱାସିମ ଏବେ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ପାକିସ୍ତାନୀ ଫିଲ୍ମ ‘ଏମବିଜି’ ରେ ଦେଖିବାକୁ ମିଳିବ।