Odia News Portal

ଖୁବ ଶୀଘ୍ର ରିଲିଜ ହେବ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ଏମରଜନ୍ସି

ଖୁବ ଶୀଘ୍ର ରିଲିଜ ହେବ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ଏମରଜନ୍ସି । ଏନେଇ କଙ୍ଗନା ଆଜି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ଏକ ନୂତନ ପୋଷ୍ଟର ସେ ତାଙ୍କ ଇନଷ୍ଟାଗ୍ରାମ ସାଇଡ ରେ ମଧ୍ୟ ସେୟାର କରିଛନ୍ତି । ଫିଲ୍ମ ଟିକୁ ନିଜେ କଙ୍ଗନା ଲେଖିଥିବାବେଳେ ଏହାର ନିର୍ଦ୍ଦେଶନା ମଧ୍ୟ କଙ୍ଗନା ନିଜେ ଦେଇଛନ୍ତି । ଫିଲ୍ମର ସେୟାର ହୋଇଥିବା ପୋଷ୍ଟରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିଛନ୍ତି ।ଏହି ପୋଷ୍ଟର କ୍ୟାପସନରେ କଙ୍ଗନା ଲେଖିଛନ୍ତି, ‘ଆମେ ଭାରତର ଅନ୍ଧକାର ସମୟର କାହାଣୀ ପ୍ରକାଶ କରିବୁ । ଏହି ଫିଲ୍ମ ଟି ଜୁନ୍ ୧୪ ତାରିଖ ୨୦୨୪ରେ ରିଲିଜ ହେବା ନେଇ ଘୋଷଣା କରିଛନ୍ତି । ସବୁଠାରୁ ଭୟାନକ ଏବଂ କ୍ରୋଧିତ ପ୍ରଧାନମନ୍ତ୍ରୀଙ୍କ କାହାଣୀ ସହିତ ଇତିହାସର ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଫିଲ୍ମ ହଲରେ ଇନ୍ଦିରା ଗାନ୍ଧୀ ଗର୍ଜନ କରିବେ’ ।