Odia News Portal

ଗୁଟଖା ବ୍ରାଣ୍ଡର ବିଜ୍ଞାପନ ପାଇଁଁ କ୍ଷମା ମାଗିଲେ ଅକ୍ଷୟ କୁମାର

ଏକ ଗୁଟଖା ବ୍ରାଣ୍ଡର ବିଜ୍ଞାପନ ପାଇଁଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର କ୍ଷମା ପ୍ରାର୍ଥନା କରିଛନ୍ତି । ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗି କହିଛନ୍ତି- “ମୁଁ ଏହି ବ୍ରାଣ୍ଡର ଆମ୍ବାସାଡର ଭାବେ ଓହରିବାକୁ ନିଷ୍ପତ୍ତି ନେଇଛି । ଏହି ବିଜ୍ଞାପନରୁ ପ୍ରାପ୍ତ ଅର୍ଥକୁ ଏକ ଭଲ କାର୍ଯ୍ୟରେ ଲଗାଇବି। ଯଦି ବ୍ରାଣ୍ଡ ଚାହୁଁଛି, ତେବେ ଏହାର ଚୁକ୍ତିନାମାର ଆଇନଗତ ଅବଧି ପୂରଣ ନହେବା ପର୍ଯ୍ୟନ୍ତ ଏହି ବିଜ୍ଞାପନ ପ୍ରସାରଣ କରିପାରିବ। କିନ୍ତୁ ମୁଁ ଏଣିକି ଭବିଷ୍ୟତରେ ବୁଝି ବିଚାରି ବିଜ୍ଞାପନ ଚୟନ କରିବାକୁ ସଂକଳ୍ପ କରୁଛି ।

ଖିଲାଡି କୁମାର ଏତେ କଥା କହିବା ପରେ ମଧ୍ୟ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଟ୍ରୋଲରମାନେ ତାଙ୍କୁ ପଚାରୁଛନ୍ତି କି ସେ ବିଜ୍ଞାପନରୁ ପ୍ରାପ୍ତ ଫି ଫେରସ୍ତ କରିବେ କି? ଅନ୍ୟପଟେ ଆଉ କିଛି ଲୋକ ଅକ୍ଷୟଙ୍କୁ ତମାଖୁ ବିଜ୍ଞାପନ ମାମଲାରେ ସ୍ଥାୟୀ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି | ଜଣେ ୟୁଜର୍ କହିଛନ୍ତି, ”କିଛି ଫାଇଦା ନାହିଁ ସାର୍, ବିଜ୍ଞାପନ ତ ଚାଲିବ ହିଁ | ଯଦି ବିଜ୍ଞାପନ ବନ୍ଦ କରି ଆପଣ ଟଙ୍କା ଫେରାଇ ଦେଇଥାଆନ୍ତେ, ତେବେ ଠିକ୍ ହୁଅନ୍ତା ।”

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଆପଣ କାହିଁକି ଉକ୍ତ ତମାଖୁ ବ୍ରାଣ୍ଡ୍ ସହ ଚୁକ୍ତିକୁ ବାତିଲ କରୁ ନାହାନ୍ତି, ଏବଂ ବିଜ୍ଞାପନ ପ୍ରସାରଣ ବନ୍ଦ କରିବାକୁ କାହିଁକି କହୁ ନାହାଁନ୍ତି । ଆପଣ କ୍ଷତିପୂରଣ ଦେବାକୁ କାହିଁକି ଡରୁଛନ୍ତି?

ଆଉ ଜଣେ ୟୁଜର୍ ଲେଖିଛନ୍ତି, ‘ଅକ୍ଷୟ ଜୀ, ଯଦି ଆପଣ ପ୍ରକୃତରେ ଦୁଃଖିତ, ତେବେ ଆପଣ ନେଇଥିବା ସବୁ ଅର୍ଥ ଫେରସ୍ତ କରିବାକୁ ପଡିବ ଏବଂ କମ୍ପାନୀକୁ ବିଜ୍ଞାପନ ପ୍ରସାରଣ ବନ୍ଦ କରିବାକୁ କହିବାକୁ ପଡିବ .. ଏଠାରେ ଟଙ୍କା ବଡ଼ କଥା ନୁହେଁ, କିନ୍ତୁ ତମାଖୁ ଦ୍ରବ୍ୟର ବିଜ୍ଞାପନ ବନ୍ଦ କରିବା ଜରୁରୀ | ନିଜ ଫି’ ଫେରସ୍ତ କରନ୍ତୁ ଏବଂ ବିଜ୍ଞାପନ ବନ୍ଦ କରନ୍ତୁ