Odia News Portal

ନିଜ ମେହେନ୍ଦୀ ଫଟୋ ସେୟାର କଲେ କ୍ୟାଟ୍ରିନା

ବଲିଉଡର ନବ ବିବାହିତ ଦମ୍ପତ୍ତି କ୍ୟାଟ୍ରିନା କୈଫ୍ ଓ ବିକ୍କି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହେଁ ରାଜସ୍ଥାନରୁ ବିବାହ ସାରି ମୁମ୍ବାଇ ଫେରି ଆସିଛନ୍ତି । ବର୍ତ୍ତମାନ ଦୁହେଁ ତାଙ୍କର ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ବିବାହ ପରେ ଦୁହେଁ ବିବାହ ସହ ଜଡିତ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ନିକଟରେ କ୍ୟାଟ୍ରିନା ଏବେ ଏକ ଇନଷ୍ଟଗ୍ରାମରେ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କ୍ୟାଟ୍ରିନା ତାଙ୍କ ହାତର ମେହେନ୍ଦି ଦେଖାଇଛନ୍ତି ।
କ୍ୟାଟ୍ରିନାଙ୍କ ଏହି ଫଟୋ ପୋଷ୍ଟ ଭାଇରଲ ହେଉଛି। ଏହି ଫଟୋ ଦେଖି ଫ୍ୟାନ୍ସ ଏବଂ ସେଲିବ୍ରିଟି କମେଣ୍ଟ କରୁଛନ୍ତି। ଅନେକ ଏଥିରେ ବିକ୍କିଙ୍କ ନାମ ଖୋଜୁଛନ୍ତି। ସେହି ଫଟୋରେ କ୍ୟାଟ୍ରିନା ସମୁଦ୍ର କୂଳର ବସିଥିବା ନଜର ଆସିଛନ୍ତି। କ୍ୟାଟ୍ରିନା ଫଟୋ ସେୟାର କରିବା ମାତ୍ରେ ଅନେକ ଫ୍ୟାନ୍ସମାନେ ପଚାରିଥିଲେ ବିକ୍କିଙ୍କ ନାମ କେଉଁଠାରେ? ଫଟୋ ସହିତ ହ୍ୟାଟ୍ରିନା ହାର୍ଟ ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି। ଆଉ ପୋଷ୍ଟରେ ଫଟୋ ସହିତ ଗୀତ ମଧ୍ୟ ସେୟାର କରିଛନ୍ତି।