Odia News Portal

ପତ୍ନୀଙ୍କ ହାତ ଧରି ଡିନରରୁ ଫେରୁଥିଲେ ସାହିଦ କପୁର

ଯେତେବେଳେ ବି କୌଣସି ସେଲିବ୍ରିଟି କୁଆଡ଼େ ଯାଆନ୍ତି, ପାପାରାଜି ସେମାନଙ୍କ ଫଟୋ କ୍ଲିକ୍‌ କରିବାକୁ ଚାଲି ଆସନ୍ତି । କିନ୍ତୁ ଅନେକ ବାର ସେଲିବ୍ରିଟିମାନେ ଏ ନେଇ ବିରକ୍ତି ପ୍ରକାଶ କରିବା ସହ ପାପାରାଜିଙ୍କ ଉପରେ ଖୁବ୍‌ ରାଗିଯାଆନ୍ତି । ଏବେ ଏମିତି ହିଁ କିଛି ଘଟିଛି ସାହିଦ କପୁରଙ୍କ କ୍ଷେତ୍ରରେ । ନିକଟରେ ଅଭିନେତା ହଠାତ୍‌ ପାପାରାଜିଙ୍କ ଉପରେ ରାଗିଯାଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସାହିଦ କପୁର ଓ ମୀରା ରାଜପୁତ ହେଉଛନ୍ତି ବଲିଉଡର ସବୁଠାରୁ ପପୁଲାର କପଲ୍‌ । ଏହି ଯୋଡି ସବୁବେଳେ କପଲ୍‌ ଗୋଲ୍‌ ସେଟ୍‌ କରିବାର କୌଣସି ମଉକା ହାତଛଡ଼ା କରନ୍ତି ନାହିଁ । ଗତକାଲି ମଧ୍ୟ ସାହିଦ ନିଜ ପତ୍ନୀଙ୍କ ସହ ନଜର ଆସିଥିଲେ । ଦୁହେଁ ଏକ ରେଷ୍ଟୁରାଣ୍ଟକୁ ରାତ୍ରି ଭୋଜନ କରିବାକୁ ଯାଇଥିଲେ ।

ଯେତେବେଳେ ସେମାନେ ରାତ୍ରି ଭୋଜନ ପରେ ରେଷ୍ଟୁରାଣ୍ଟରୁ ବାହାରୁଥିଲେ, ସାହିଦ ମୀରାଙ୍କ ହାତ ଧରିଥିବାର ନଜର ଆସିଥିଲେ । କପଲ୍‌ ଯେମିତି ହିଁ ବାହାରିଥିଲେ, ପାପାରାଜି ସେମାନଙ୍କ ଫଟୋ କ୍ଲିକ୍ କରିବା ଆରମ୍ଭ କରିଦେଇଥିଲେ । ପୂର୍ବରୁ ହିଁ ଏହି ସ୍ଥାନରେ କିଛି ପାପାରାଜି ଅପେକ୍ଷା କରି ରହିଥିଲେ ।

ତେବେ ପାପାରାଜିଙ୍କ ଏଭଳି ହରକତ ଦେଖି ଅଭିନେତା କ୍ରୋଧ ପ୍ରକାଶ କରିଥିଲେ । ସେ କ୍ୟାମେରା ସାମ୍ନାରେ ହିଁ ରାଗରେ କହିଥିଲେ ଯେ ‘ଆପଣମାନେ ଏହା ବନ୍ଦ କରିବେ କି? ଆପଣମାନେ ସଠିକ୍ ଆଚରଣ କରିବେ କି’? ବର୍ତ୍ତମାନ ସାହିଦ କପୁରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କିଛି ଲୋକ ଅଭିନେତାଙ୍କୁ ସପୋର୍ଟ କରୁଥିବା ବେଳେ ଆଉ କିଛି ଜଣ ତାଙ୍କ ବ୍ୟବହାରରେ ବିରକ୍ତି ପ୍ରକାଶ କରିଛନ୍ତି ।

ସେପଟେ ଅଭିନେତାଙ୍କ କାମ ଦେଖିଲେ, ନିକଟରେ ତାଙ୍କ ଫିଲ୍ମ ‘ତେରି ବାତୋମେଁ ଏସା ଉଲ୍‌ଝା ଜିଆ’ ରିଲିଜ୍‌ ହୋଇଥିଲା, ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଥିଲେ । ବର୍ତ୍ତମାନ ସାହିଦ ବହୁତ ଜଲ୍‌ଦି ସଚିନ୍ ବି ରବିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି ଇମୋର୍ଟାଲ ଅଶ୍ୱତ୍ଥମା’ ଏବଂ ଆଦିତ୍ୟ ନିମ୍ବାଲକରଙ୍କ ନିର୍ଦ୍ଦେଶିତ ‘ବୁଲ୍‌’ରେ ନଜର ଆସିବାକୁ ଯାଉଛନ୍ତି ।