Odia News Portal

ପୁଣି ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା

 ପୁଣି ବିବାଦରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଏନେଇ ଅକ୍ଷୟ ପରିଜାଙ୍କ ବିରୋଧରେ ମାତିଲେ କଳାକାର । ଚୁକ୍ତିକରି କଳାକାରାଙ୍କୁ ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ପାରିଶ୍ରାମିକ ବାବଦକୁ ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି ।ତେବେ ଭୁବନେଶ୍ୱର କଣ୍ଟାବାଡରେ ସୁଟିଂ ଚାଲିଥିବା ବେଳେ କଳାକାର ପହଞ୍ଚି ହଙ୍ଗାମା କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏନେଇ ଜଣେ କଳାକାର କ୍ୟାମେରା ଆଗରେ କହିଛନ୍ତି, ଆମ ସୁଟିଂ ସରିବା ପାଖାପାଖି ଅଢେଇ ମାସ ଟପିଗଲାଣି । ନଭେମ୍ବର, ଡିସେମ୍ବର ଏବଂ ଜାନୁଆରୀ ମାସର ଟଙ୍କା ଏପର‌୍ୟ୍ୟନ୍ତ ମିଳିପାରିଲାନି । ଦୀର୍ଘ ଦିନ ଅପେକ୍ଷା ପରେ ମାର୍ଚ୍ଚ ୧୬ରେ ସାକଙ୍କ ଅଫିସକୁ ଯାଇଥିଲୁ । ସେଠାରେ ସାର କହିଲେ ମୋର ଅନେକ ଲସ୍ ହୋଇଛି । ଆଉ ୧୫ଦିନ ଅପେକ୍ଷା କରିନିଅ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟଙ୍କା ମିଳିଲାନି ।