Odia News Portal

ବିବାହ କଲେ ପୱନଦୀପ-ଅରୁଣିତା:ଭାଇରାଲ ହେଉଛି ଫଟୋ

ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। କୁହାଯାଉଥିଲା କି ଦୁହିଁ ପ୍ରେମ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍ ମଧ୍ୟ ରିଲିଜ୍ ହୋଇଥିଲା । ହେଲେ ବର୍ତ୍ତମାନ ଦୁଇ ଜଣଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକ ବିବାହ ଦମ୍ପତ୍ତି ବେଶରେ ନଜର ଆସିଛନ୍ତି । ଉଭୟଙ୍କୁ ଦେଖିଲେ ଲାଗୁଛି ଯେପରି ସେମାନେ ଲୁଚି ଛପି ବିବାହ କରି ନେଇଛନ୍ତି ।
ତେବେ ଏହି ଫଟୋ ଗୁଡ଼ିକର ବାସ୍ତବତା ଅଲଗା । କାରଣ ପୱନଦୀପ ଏବଂ ଅରୁଣିତାଙ୍କ ବ୍ରେକଅପ୍ ଖବର ପରେ ସେମାନଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ଥିଲେ। ବୋଧହୁଏ ସେମାନଙ୍କ ଏହି ଫଟୋ ଏଡିଟ୍ କରିବାବେଳେ ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି -ବ୍ରେକଅପ୍ ଖବର ଆସିବା ଦିନଠାରୁ ସେମାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ କହୁଛନ୍ତି ଯେ ସେମାନେ ଏକାଠି ଦେଖିବାକୁ ଚାହୁଁଛନ୍ତି। ତେବେ ଭାଇରାଲ ହେବାକୁ ଯାଉଥିବା ପୱନଦୀପ ଏବଂ ଅରୁଣିତାଙ୍କ ଫଟୋ ସେମାନଙ୍କ ଜଣେ ପ୍ରଶଂସକଙ୍କ ଦ୍ୱାରା ସେୟାର ହୋଇଛି। ହେଲେ ଏପର୍ୟ୍ୟନ୍ତ ସେୟାର କରାଯାଇଥିବା ଏହି ଫଟୋ ଗୁଡ଼ିକ ଉପରେ ପୱନଦୀପ ଏବଂ ଅରୁଣିତାଙ୍କଠାରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ ।