Odia News Portal

ରିଲଜ ହେଲା ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର” ର ମ୍ୟୁଜିକ

ଆଜି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର’ର ମ୍ୟୁଜିକ୍ ରିଲିଜ ହୋଇଛି । ଉକ୍ତ ସିନେମାର ଲୋକାର୍ପଶ ଭୁବନେଶ୍ୱରର ଏକ ତାରକା ହୋଟେଲ ମଧ୍ୟରେ ହୋଇଛି । ସେହି ଲୋକାର୍ପଣ ଉତ୍ସବରେ ଓଲିଉଡର କେତେକ ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରୀପାଠୀ ଓ ସଂସ୍କୃତି ସଚିବ ରଂଜନ କୁମାର ଦାସଙ୍କ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଚଳଚ୍ଚିତ୍ର ର ପ୍ରଯୋଯକ ଓ ନିର୍ଦ୍ଦେଶକ,ଗୀତିକାର ନିର୍ମଳ ନାୟକ ,ରଂଜନ ଦାସ,ଅରୁଣ ମନ୍ତ୍ରୀ,ସଂଗୀତ ନିର୍ଦ୍ଦେଶକ ଏବଂ ଏହି ଗୀତରେ କଣ୍ଠଦାନ କରିଥିବା ହ୍ୟୁମାନ ସାଗର,ଅସୀମା ପଣ୍ଡା,ଅର୍ପୀତ,ଦୀପ୍ତୀରେଖା,ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ କାହାଣି ରଚନା କରିଛନ୍ତି ଖଗେଶ୍ୱର ଶେଜପଡା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ ।
ସୂଚନାନୁସାରେ ଚଳଚ୍ଚିତ୍ରଟି ଆଉ କିଛିଦିନ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିବ । ଚଳଚ୍ଚିତ୍ର ଲାଗେ ପ୍ରେମ ନଜର ରେ ମୁଖ୍ୟନାୟକ ଅମ୍ଳାନ ଓ ତିନିଜଣ ନାୟିକା ରିୟା,ପ୍ରିୟା ଓ ରାଗିଣୀଙ୍କୁ ଦର୍ଶକ ଦେଖିବାକୁ ପାଇବେ ।