Odia News Portal

ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଚକ୍ରଧର ଜେନା କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍ ବି ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍ ହେବା ପରେ ଅଭିନୟ ଜଗତରେ ପାଦ ରଖିଥିଲେ ।

ଚକ୍ରଧର ଜେନା ଦୁଇଟି ହଲିଉଡ଼ ସିନେମାରେ ଅଭିନୟ କରିଥିଲେ। ଗୋଟିଏ ହେଲା ‘ସିଟି ଅଫ୍ ଜୟ ‘ ଅନ୍ୟଟି ଇଲେକ୍ଟ୍ରିକ୍ ମୁନ’ରେ ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା। ସେହିପରି ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ସେ ଅଭିନୟ କରିଥିଲେ। ପଥର ଖସିଲା ବଡ଼ ଦେଉଳୁ ଥିଲା ତାଙ୍କର ପ୍ରଥମ ଓଡ଼ିଆ ସିନେମା।ଏହାପରେ ସେ ଏକାଧିକ ଓଡ଼ିଆ ସିନେମା ଓ ଧାରାବାହିକରେ ଅଭିନୟ କରିଥିଲେ। ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ । ସୋମବାର ତାଙ୍କର ଶରୀର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।