Odia News Portal

୫୦ ବର୍ଷରେ ପାଦ ଥାପିଲେ ହ୍ରିତିକ

ଆଜି ହ୍ରିତିକ ରୋଶନ ତାଙ୍କ ଭିନ୍ନ ଷ୍ଟାଇଲରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ସେ ସର୍ବଦା ଜଣେ ଉତ୍ତମ ଅଭିନେତା ଏବଂ ନୃତ୍ୟଶିଳ୍ପୀରେ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ତଥାପି, ଏହି ପଦବୀ ହାସଲ କରିବା ପାଇଁ ସେ ଜୀବନରେ ଅନେକ ପରିଶ୍ରମ କରିଛନ୍ତି । ବଲିଉଡ ଲୋକପ୍ରିୟ ଅଭିନେତା ତ୍ରିତିକ ରୋଶନ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି । ନିଜର ଦମଦାର ଅଭିନୟରେ ଏବେ ବି ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି । ଜାନୁଆରୀ ୧୦, ୧୯୪୭ ରେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ରେ ଜନ୍ମଗ୍ରହଣ କରିଥିବା ହ୍ରିତିକ ରୋଶନ ପିଲାଦିନରୁ ତାଙ୍କ ଚାରିପାଖରେ ଚଳଚ୍ଚିତ୍ର ପରିବେଶ ଦେଖିଥିଲେ । ଏଭଳି ପରିସ୍ଥିତିରେ ତାଙ୍କର ପ୍ରବୃତ୍ତି ମଧ୍ୟ ଚଳଚ୍ଚିତ୍ର ପ୍ରତି ଥିଲା। ଅବଶ୍ୟ, ଏକ ଚଳଚ୍ଚିତ୍ର ପରିବାରରେ ଜନ୍ମ ହେବା ତାଙ୍କ କ୍ୟାରିଅରକୁ ଡେଣା ଦେବା ପାଇଁ ପର‌୍ୟ୍ୟାପ୍ତ ନୁହେଁ । ‘ଆଶା'(୧୯୮୦)ରେ ଶିଶୁ କଳାକାର ଭାବେ ୬ ବର୍ଷ ବୟସରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ହ୍ରିତିକ । ଏହି ଫିଲ୍ମ ପାଇଁ ତାଙ୍କୁ ପ୍ରଥମ ଦରମା ଭାବେ ମାତ୍ର ୧୦୦ ଟଙ୍କା ମିଳିଥିଲା । ଏହାପରେ ସେ ୨୦୦୦ ମସିହାରେ ଅଭିନେତା ‘କହୋ ନା ପ୍ୟାର ହେ” ସହ ବଲିଉଡରେ ମୁଖ୍ୟ ଅଭିନେତା ଭାବେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବେଶ ହିଟ୍ ହୋଇଥିଲା । ଏହି ଫିଲ୍ମରେ ତାଙ୍କର ‘ଏକ ପଲ କା ଜିନା’ର ହୁକ କ୍ଷେପ ବା ସିଗ୍ନେଚର କ୍ଷେପ ପାଇଁ ଆଜି ବି ଲୋକେ ଦିୱାନା । ଏହାପରେ ପ୍ରତିକ ଅନେକ ବ୍ଲକବୁଷ୍ଟର ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ୧୦୦ ଟଙ୍କାରେ କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଆଳି କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ବର୍ତ୍ତମାନ ତ୍ରିତିକଙ୍କୁ ଫିଲ୍ମ ‘ଫାଇଟର’ରେ ଦେଖୁବାକୁ ମିଳିବ ।