Odia News Portal

5 ଘଣ୍ଟାରେ 10 ଲକ୍ଷ ସେୟାର

ମୁମ୍ବାଇ: ଅଭିନେତ୍ରୀ ଦିଶା ପାଟନିଙ୍କ ଫଟୋ ମାତ୍ର 5 ଘଣ୍ଟାରେ 10 ଲକ୍ଷ ସେୟାର ହୋଇଛି । ଖୁବଶୀଘ୍ର ସେ ଏକ ସିନେମାରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ସିନେମାର ସୁଟିଂ ଶେଷ ହୋଇଛି। ସୁଟିଂ ଶେଷ ହେବା ପରେ ଦିଶା ନିଜର ଭେରିଫାଇଡ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି। ଦିଶା ପାଟନି ଏକ ବିକିନି ଫଟୋକୁ ସେୟାର କରିଥିଲେ, ଯାହାକି ୫ଘଣ୍ଟାରେ ୧୦ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରି ସାରିଲେଣି।

ଏହା ପ୍ରଥମ ଘଟଣା ନୁହେଁ କି ଦିଶା ନିଜର ବିକିନି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଏହା ପୂର୍ବରୁ ଏଭଳି ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବ୍ୟବହାରକାରୀ ଦିଶାଙ୍କ ଏଭଳି ଫଟୋ ସେୟାର କରିବାକୁ ନେଇ ଅନେକ ଥର ଟ୍ରୋଲ ମଧ୍ୟ କରିଛନ୍ତି। ଦିଶା ଖୁବଶୀଘ୍ର ବଲିଉଡ୍‌ରେ ନିଜର ସ୍ଥାନ ବନାଇବା ସହିତ ଏବେ ସିନେମା ଭାରତରେ ସଲମାନ ଖାନଙ୍କ ସହିତ ନଜର ଆସିବେ।