Odia News Portal

ଆମିର ଖାନଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ() ପୁରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହା ଭିତରେ ଅଭିନେତା ଅମିର ଖାନଙ୍କ ଘରେ ପହଞ୍ଚିଲା କରୋନା । ଏନେଇ ଟ୍ୱିଟ ଯୋଗେ ନିଜେ ଆମିର ଖାନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଙ୍କର କେତେ ଜଣ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ କରୋନା ହସ୍ପିଟାଲରେ ଅଡମିଟ କରାଯାଇଛି । ଏହାସହ ଆମିର କହିଛନ୍ତି ବାକି ଅନ୍ୟ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାସହ ମୋ ମା’ଙ୍କ କରୋନା ଟେଷ୍ଟ ଏପର୍ଯ୍ୟନ୍ତ ହୋଇନାହିଁ । ତାଙ୍କର ମଧ୍ୟ ଟେଷ୍ଟ କରାଯିବ ଏବଂ ମୁଁ ପାର୍ଥନା କରୁଛି ମୋ ମା’ଙ୍କ ରିପୋର୍ଟ ନେଗେଟିଭ ଆସିବ ।